ଟ୍ୱିନସିଟି ରାସ୍ତାରେ ରହିଛି ୨୦୦ଟି ରଙ୍ଗରୁଟ୍ ପଏଣ୍ଟ: ସାଗରିକା ନାଥ
![](https://www.odishalink.com/wp-content/uploads/2019/11/Traffic-1.jpg)
ଭୁବନେଶ୍ବର: ଦୈତ୍ୟନଗରୀ ଭୁବନେଶ୍ବର-କଟକରେ ରହିଛି ୨୦୦ଟି ରଙ୍ଗରୁଟ୍ ପଏଣ୍ଟ। ଭୁବନେଶ୍ବର-କଟକ ରାସ୍ତାରେ ଏହି ରଙ୍ଗରୁଟ୍ ପଏଣ୍ଟ ଚିହ୍ନଟ କରାଯାଇଛି। ସେଥି ମଧ୍ୟରୁ ୬୦ଟି ରଙ୍ଗରୁଟ ପଏଣ୍ଟ ସମ୍ବେଦନଶୀଳ। ଏସବୁ ସ୍ଥାନରେ ଲୋକେ ରଙ୍ଗ ଡ୍ରାଇଭିଂ କରୁଥିବାରୁ ଅଧିକ ଦୁର୍ଘଟଣା ହେଉଛି। ତେଣୁ ସେସବୁ ସ୍ଥାନରେ ହୋଡିଂ ବ୍ୟବସ୍ଥା କରାଯିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି।
ତେବେ ଉକ୍ତ ୬୦ଟି ରଙ୍ଗରୁଟ ପଏଣ୍ଟରେ ଆମର ଅଧିକ ଫୋକସ ରହିବ। କିଭଳି ସେସବୁ ସ୍ଥାନରେ ଲୋକେ ରଙ୍ଗ୍ରେ ଯିବା ଆସିବା ନକରିବେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସାଗରିକା ନାଥ।
ସେପଟେ ଡିସେମ୍ବର ୧ରୁ କଡାକଡି ଭାବେ ନିୟମ ପାଳନ ହେଉଥିବାରୁ ଅନେକ ଲୋକେ ସଚେତନ ହୋଇଛନ୍ତି। ରାସ୍ତାରେ ଲୋକେ ହେଲମେଟ ବ୍ୟବହାର କରୁଛନ୍ତି। ଜେବ୍ରା କ୍ରସିଂ ରୁଲ ମାନୁଛନ୍ତି। ଆଉ ନାଲି ବତୀ ନିୟମକୁ ଭାଙ୍ଗୁ ନାହାନ୍ତି ବୋଲି ସାଗରିକା ସୂଚନା ଦେଇଛନ୍ତି।
Comments are closed.