Odisha Link
Bridging the Missing Links in Odisha

ଜାଣନ୍ତୁ ଏବର୍ଷ କେତେ ଧାନ ସଂଗ୍ରହ ହୋଇଛି

ଭୁବନେଶ୍ୱର  : ରାଜ୍ୟ ସରକାରଙ୍କ ଦ୍ୱାରା ଖରିଫ୍‌ ଧାନ ସଂଗ୍ରହ ବର୍ଷ ୨୦୧୯-୨୦ରେ ସୁଦ୍ଧା ୩୧ ହଜାର ୧୮୮ ଜଣ ଚାଷୀ ମୋଟ ୨୧ ଲକ୍ଷ ୧୯ ହଜାର ୫୦୧ କ୍ୱିଣ୍ଟାଲ୍‌ ଧାନ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ରରେ ବିକି୍ର କରିଛନ୍ତି ଯାହାକି ଗତବର୍ଷ ଆଜିର ଦିନଠାରୁ ୧୩ ପ୍ରତିଶତ ଅଧିକ । ଗତ ୨୦୧୮ ଡିସେମ୍ବର ୩ ତାରିଖ ସୁଦ୍ଧା ମୋଟ ୧୮ ଲକ୍ଷ ୭୮ ହଜାର ୮୭୧ କ୍ୱିଣ୍ଟାଲ୍‌ ଧାନ ସଂଗ୍ରହ ହୋଇଥିଲା ।

ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନ୍‌ଲାଇନ୍‌ରେ ପଞ୍ଜୀକୃତ ଚାଷୀମାନଙ୍କୁ ଆଗୁଆ ଟୋକେନ୍‌ ବ୍ୟବସ୍ଥାରେ ପି- ପାସ୍‌ ଜରିଆରେ ଧାନ ସଂଗ୍ରହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୭ଟି ଜିଲ୍ଲାରେ ୯୬୬ଟି ଧାନ ସଂଗ୍ରହ କେନ୍ଦ୍ରରୁ ୧ ଲକ୍ଷ ୫୨ ହଜାର ୯୭୫ ଜଣ ଚାଷୀଙ୍କୁ ୨ ଲକ୍ଷ ୫ ହଜାର ୬୦୧ ଟି ଆଗୁଆ ଟୋକେନ୍‌ ଦିଆଯାଇଛି ।

ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ ଜିଲ୍ଲାରେ ୧୬ ହଜାର ୨୩ ଜଣ ଚାଷୀ ୧୧ ଲକ୍ଷ ୩୮ ହଜାର ୬୧୬ କ୍ୱିଣ୍ଟାଲ୍‌ ଧାନ ବିକ୍ରି କରିଥିବାବେଳେ ବଲାଙ୍ଗୀର ଜିଲ୍ଲାର ୨୦୭୭ ଜଣ ଚାଷୀ ୧ ଲକ୍ଷ ୪୬ ହଜାର ୫୯ କ୍ୱିଣ୍ଟାଲ୍‌, କଳାହାଣ୍ଡି ଜିଲ୍ଲାର ୩୫୦୫ ଜଣ ଚାଷୀ ୨ ଲକ୍ଷ ୩୨ ହଜାର ୬୧୧ କ୍ୱିଣ୍ଟାଲ୍‌, ମାଲକାନଗିରିର ୨୮୭୭ ଜଣ ଚାଷୀ ୧ ଲକ୍ଷ ୫ ହଜାର ୯୫୬ କ୍ୱିଣ୍ଟାଲ୍‌, ନୂଆ ପଡ଼ା ଜିଲ୍ଲାର ୧୭୮୬ ଜଣ ଚାଷୀ ୬୯ ହଜାର ୫୪୩ କ୍ୱିଣ୍ଟାଲ୍‌, ସମ୍ବଲ ପୁର ଜିଲ୍ଲାର ୨୫୩୪ ଜଣ ଚାଷୀ ୨ ଲକ୍ଷ ୩୩ ହଜାର ୭୩୦ କ୍ୱିଣ୍ଟାଲ୍‌ ଏବଂ ସୁବର୍ଣ୍ଣ ପୁର ଜିଲ୍ଲାର ୧୯୨୧ ଜଣ ଚାଷୀ ୧ ଲକ୍ଷ ୬୬ ହଜାର ୩୧୪ କ୍ୱିଣ୍ଟାଲ୍‌ ଧାନ ବିଭିନ୍ନ ପ୍ୟାକସ୍‌ରେ ଧାନ ବିକ୍ରି କରିଛନ୍ତି । ସେହି ପରି ଧାନ ବିକି୍ର ମୂଲ୍ୟ ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ ଆଜି ସୁଦ୍ଧା ୨୮ ହଜାର ୮୦୧ ଜଣ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୨୪ କୋଟି ୩୫ ଲକ୍ଷ ୭୯ ହଜାର ୨୪୪ ଟଙ୍କା ପ୍ରଦାନ କରାଯାଇଛି ।

Comments are closed.