୧୦୬ ଦିନ ପରେ ଜେଲରୁ ମୁକୁଳିଲେ ଚିଦାମ୍ବରମ୍
![](https://www.odishalink.com/wp-content/uploads/2019/12/P.Chidambaram.png)
ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରୁ ମୁକୁଳିଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍। ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ଜାମିନ୍ ପରେ ମୁକୁଳିଲେ ଚିଦାମ୍ବରମ୍। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋିଥିବା ମାମଲାରେ ଜାମିନା ପାଇ ମୁକୁଳିଲେ ଚିଦାମ୍ବରମ୍। ବିଚାର ବିଭାଗୀୟ ହାଜତରେ ୧୦୬ ଦିନ ରହିଲା ପରେ ମୁକୁଳିଲେ ପି.ଚିଦାମ୍ବରମ୍।
Delhi: Congress leader P Chidambaram released from Tihar Jail; Earlier today, Supreme Court granted bail to him in the INX Media money laundering case registered by the Enforcement Directorate. pic.twitter.com/UMd5ic4tER
— ANI (@ANI) December 4, 2019
ପି.ଚଦାମ୍ବରମଙ୍କୁ ଜାମିନ ଦେବା ବେଳେ ସୁପ୍ରିମ୍ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ଓ ପ୍ରମାଣ ନଷ୍ଟ ପାଇଁ ପ୍ରୟାସ ନ କରିବାକୁ କୋର୍ଟ ତାଙ୍କୁ କଡ଼ା ତାଗିଦ୍ କରିଛନ୍ତି। ଏମିତିକି ଆଇଏନଏକ୍ସ ମିଡିଆ ଦୁର୍ନୀତି ପ୍ରସଙ୍ଗରେ ଚିଦାମ୍ୱରମ କୌଣସି ସାର୍ବଜନୀନ ମତ ରଖିପାରିବେ ନାହିଁ କି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟଙ୍କ ବିନା ଅନୁମତିରେ ସେ ବିଦେଶ ଗସ୍ତରେ ଯାଇପାରିବେ ନାହିଁ।
Comments are closed.