ଚାଷୀଙ୍କ ସହ କଲ୍ସେଣ୍ଟର ଜରିଆରେ କଥାବାର୍ତ୍ତା ହେଲେ ମନ୍ତ୍ରୀ
![](https://www.odishalink.com/wp-content/uploads/2019/11/ranendra-1-1.jpg)
ଭୁବନେଶ୍ବର: ଚଳିତ ଖରିଫ୍ ଋତୁ ୨୦୧୯-୨୦ରେ ଧାନ ସଂଗ୍ରହ କାର୍ଯ୍ୟ ନଭେମ୍ବର ମାସରୁ ଆରମ୍ଭ ହୋଇଛି । ନଭେଞ୍ଚର ୩୦ ତାରିଖରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ କାରର୍ଯ୍ୟାଳସ୍ଥିଜ କଲ୍ସେଣ୍ଟରରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚାଷୀମାନଙ୍କ ସହ ଫୋନ ଯୋଗେ ଧାନ ସଂଗ୍ରହ କାର୍ଯ୍ୟ ସଂପର୍କରେ ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ମାଲକାନଗିରିର ୨୦ ଜଣ ଚାଷୀଙ୍କ ସହିତ କଥା ହୋଇଥିଲେ।
ସେହିପରି ଡିସେମ୍ବର ୧ ତାରିଖରେ କଲ୍ସେଣ୍ଟର ଜରିଆରେ ବରଗଡ଼, କଳାହାଣ୍ଡି, ସୁବର୍ଣ୍ଣପୁର ଓ ସମ୍ବଲପୁରର ୪୧୫ ଜଣ ଚାଷୀଙ୍କୁ ସେମାନଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ଯୋଗେ ଧାନ ସଂଗ୍ରହ କାର୍ଯ୍ୟ ଓ ବିକ୍ରିର ଅର୍ଥ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ ଏବଂ ଆଗୁଆ ଟୋକେନ୍ ପାଇବା ସଂପର୍କରେ ଅଧିକାରୀମାନେ ପଚାରି ବୁଝିଥିଲେ। ସେମାନଙ୍କ ମଧ୍ୟରୁ ୪୦୮ ଜଣ ଚାଷୀ ଆଗୁଆ ଟୋକେନ୍ ପାଇଥିବା ଓ ୩୫୮ ଜଣ ସେହିଦିନ ସନ୍ଧ୍ୟା ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଅର୍ଥ ପାଇଥିବା ଏବଂ ୩୮୦ ଜଣ ଧାନ ସଂଗ୍ରହ କେନ୍ଦ୍ରର କାର୍ଯ୍ୟକାରିତା ସଂପର୍କରେ ସନ୍ତୋଷ ପ୍ରକାଶ କରିଥିଲେ।
ଡିସେଞ୍ଚର ୨ ତାରିଖରେ ବରଗଡ଼, କଳାହାଣ୍ଡି ଓ ସଞ୍ଚଲ ପୁର ଜିଲ୍ଲାର ୭୦୫ ଜଣ ଚାଷୀଙ୍କ ସହ ଫୋନ ଯୋଗେ ଧାନ ସଂଗ୍ରହ ସଂପର୍କରେ କଥା ହୋଇଥିଲେ। ଏମାନଙ୍କ ମଧ୍ୟରୁ ୬୫୫ ଜଣ ସେହିଦିନ ସନ୍ଧ୍ୟା ସୁଦ୍ଧା ଧାନ ବିକ୍ରି ଅର୍ଥ ପାଇଥିବା କଥା ଫୋନେ୩⁄୪ାଗେ କହିଥିବାବେଳେ ୬୯୨ ଜଣ ଆଗୁଆ ଟୋକେନ୍ ପାଇଥିବା ଏବଂ ୬୭୬ ଜଣ ଧାନ ସଂଗ୍ରହ କେନ୍ଦ୍ରରେ ସୁବିଧାରେ ଧାନ ବିକିଥିବା କଥା କହିଥିଲେ । ଡିସେମ୍ବର ୩ ତାରିଖରେ ବରଗଡ଼, ନୂଆପଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ମାଲକାନଗିରି ଜିଲ୍ଲାର ୨୬୭ ଜଣ ଚାଷୀ ଫୋନ ମାଧ୍ୟମରେ କଥା ହୋଇଥିଲେ। ଏମାନଙ୍କ ମଧ୍ୟରୁ ୨୨୯ ଜଣ ସେହିଦିନ ସନ୍ଧ୍ୟା ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟ ଯୋଗେ ଅର୍ଥ ପ୍ରାପ୍ତ ହୋଇଥିବା କଥା ଜଣାଇଥିବାବେଳେ ୨୬୬ ଜଣ ଆଗୁଆ ଟୋକେନ୍ ପାଇଥିବା ଏବଂ ୨୫୦ ଜଣ ଧାନ ସଂଗ୍ରହ ବାବଦରେ ସରକାରଙ୍କ ଦ୍ୱାରା ନିଆ୩⁄୪ାଇଥିବା ପଦକ୍ଷେପ ସଂପର୍କରେ ସନ୍ତୋଷ ପ୍ରକାଶ କରିଥିଲେ।
ଧାନ ସଂଗ୍ରହ କାର୍ଯ୍ୟ ଓ ବିକ୍ରିର ଅର୍ଥ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ ଏବଂ ଆଗୁଆ ଟୋକେନ୍ ବାବଦରେ ଚାଷୀମାନଙ୍କଠାରୁ ମିଳୁଥିବା ମତାମତ ଅନୁସାରେ ପରବର୍ତ୍ତୀ କାରାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଟିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
Comments are closed.