Odisha Link
Bridging the Missing Links in Odisha

ବାରବାଟୀ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମ୍ୟାଚ୍:୫ରୁ ଟିକେଟ୍ ବିକ୍ରି

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ବାରବାଟିରେ ଖେଳାଯିବ ଦିନିକିଆ ମ୍ୟାଚ୍। ଏଥିପାଇଁ ଅନଲାଇନ୍ ଟିକେଟ୍ ବିକ୍ରି ଆସନ୍ତା ୫ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।
ମୁମ୍ବାଇର ୱେଷ୍ଟଲ୍ୟାଣ୍ଡ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ଅନଲାଇନ୍ ଟିକେଟ୍ ବିକ୍ରି କରାଯିବ। www.paytm.com ଓ www.insider.in ଏହି ୨ଟି ୱେବ୍ ସାଇଟ୍ ରେ ଟିକେଟ୍ ବୁକ୍ କରିହେବ। ଏଥିପାଇଁ ଆବଶ୍ୟକ ହେଲେ ପେ ଟିଏମ୍ ଆପ୍ କିମ୍ବା ଇନ୍ସାଇଡର୍ ଡଟ୍ ଇନ୍ ଆପ୍ ଡାଉନ୍ଲୋଡ୍ କରି ଟିକେଟ୍ ବୁକ୍ କରିହେବ। ଟିକେଟ୍ ଦାମ୍ ବି ସ୍ଥିର କରିଛି ଓ.ସି.ଏ। ଗ୍ୟାଲେରି ନମ୍ବର ୨ ଓ ୪ ଟିକେଟ୍ ଦାମ୍ ୫ ଶହ ଟଙ୍କା ଲେଖାଏଁ ରଖାଯାଇଛି । ଏଥିପାଇଁ ମୋଟ୍ ୬ ହଜାର ଟିକେଟ୍ ବିକ୍ରି ହେବ। ସେହିଭଳି ଗ୍ୟାଲେରୀ ନମ୍ବର ୬ ଟିକେଟର ଦାମ୍ ୪ଶହ ଟଙ୍କା , ନ୍ୟୁ ପ୍ୟାଭିଲିଅନ୍ ଦାମ୍ ୫ ହଜାର , ସ୍ପେଶାଲ୍ ଏନ୍କ୍ଲୋଜର୍ ଟିକେଟ୍ ଦାମ୍ ୩ ହଜାର ଟଙ୍କା ଏ.ସି ବକ୍ସ ଗ୍ୟାଲେରୀ ଟିକେଟ୍ ଦାମ୍ ୫ ହଜାର ଟଙ୍କା ରହିଛି। ସବୁ ଟିକେଟ୍ ରେ ୧୮ ପ୍ରତିଶତ ଜି.ଏସ୍.ଟି, ଲାଗିବ। ଅନଲାଇନ୍ ଟିକେଟ୍ ବୁକ୍ ହେବା ପରେ ୧୯ ରୁ ୨୧ ତାରିଖ ମଧ୍ୟରେ କେମ୍ବ୍ରିଜ୍ ସ୍କୁଲ୍ କାଉଣ୍ଟର୍ ରୁ ଟିକେଟ୍ କଲେକ୍ଟ କରିହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ତେବେ ୱେବ୍ ସାଇଟ୍ ୫ ତାରିଖରୁ କେଉଁ ସମୟରେ ଖୋଲିବ ଏବଂ ଟିକେଟ୍ ବୁକ୍ ଆରମ୍ଭ ହେବ ସେନେଇ କିଛି ଉଲ୍ଲେଖ କରିନାହିଁ ଓସିଏ।

Comments are closed.