Odisha Link
Bridging the Missing Links in Odisha

କାହିଁକି ସୁନା ଅଳଙ୍କାର ଦର କମାଇବେ ବ୍ୟବସାୟୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ସୁନା ଦର କମାଇବାକୁ ବାଧ୍ୟ ହେବେ ବ୍ୟବସାୟୀ। କେନ୍ଦ୍ର ସରକାର ଆସନ୍ତା ୨୦୨୧ ଜାନୁୟାରୀ ୧୫ରୁ ସୁନା ଅଳଙ୍କାର ଉପରେ ହଲମାର୍କିଂକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି । ଯାହା ଦ୍ବାରା ସୁନା ଗହଣାରେ ହଲମାର୍କିଂ ନଥିଲେ ତାହା ବଜାରରେ ବିକ୍ରି ହେବ ନାହିଁ । ସରକାରଙ୍କ ଏହି ନିଷ୍ପତ୍ତି ଦେଶର ସୁନା ବଜାରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । ଆସନ୍ତା ୨୦୨୧ ଜାନୁୟାରୀ ୧୫ରୁ ସୁନା ଅଳଙ୍କାରରେ ହଲମାର୍କିଂ ବାଧ୍ୟତାମୂଳକ ହେବାରୁ ସୁନା ବ୍ୟବସାୟୀମାନେ ଏହି ଗୋଟିଏ ବର୍ଷ ମଧ୍ୟରେ ବିନା ହଲମାର୍କିଂରେ ସୁନା ଅଳଙ୍କାର ବିକ୍ରି କରିପାରିବେ ।

ଏଥିପାଇଁ ବ୍ୟବସାୟୀମାନେ ଗଚ୍ଛିତ ରଖିଥିବା ଅଣ-ହଲମାର୍କ ସୁନା ଅଳଙ୍କାରକୁ ଖାଲି କରିବାକୁ ଚାହିଁବେ । ବ୍ୟବସାୟୀମାନେ ଦୁଇଟି ଉପାୟରେ ଅଣ-ହଲମାର୍କ ସୁନା ଅଳଙ୍କାରକୁ ବିକ୍ରି କରିବେ। ସେମାନେ ବିମାନ ତିଆରି ଖର୍ଚ୍ଚରେ ସୁନା ଅଲଙ୍କାର ବିକ୍ରି କରିବେ କିମ୍ବା ସୁନା ଅଳଙ୍କାରକୁ ତରଳାଇ ତାହାକୁ ହଲମାର୍କିଂ ସୁନାରେ ପରିବର୍ତ୍ତନ କରିବେ। ସୁନାକୁ ତରଳାଇଲେ ବ୍ୟବସାୟୀଙ୍କୁ ଅଧିକ କ୍ଷତି ସହବାକୁ ପଡିପାରେ କାରଣ ସେମାନେ ପୂର୍ବରୁ ଖର୍ଚ୍ଚକରିଥିବା ତିଆରି ଖର୍ଚ୍ଚ ହରାଇବେ ଓ ସୁନା ହଲମାର୍କିଂ ହେବା ପରେ ତାହାକୁ ପୁଣି ଥରେ ଅଳଙ୍କାର ଗଢିବେ । ଏଣୁ ସେମାନେ ବିନା ତିଆରି ଖର୍ଚ୍ଚରେ ଶସ୍ତା ଦାମରେ ଅଳଙ୍କାର ବିକ୍ରି କରିବେ । ତେବେ ଗ୍ରାହକମାନେ ଏହାଦ୍ୱାରା କେତେ ଲାଭ ପାଇବେ ତାହା ସୁନାର ଦର ଉପରେ ନିର୍ଭର କରିବ ।

Comments are closed.