Odisha Link
Bridging the Missing Links in Odisha

ରାଜ୍ୟପାଳଙ୍କୁ ବିଧାନସଭା ମନା!

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ବିଧାନସଭାରେ ପଶିବାକୁ ବାରଣ କରାଯାଇଛି । ରାଜ୍ୟପାଳ ଜଗଦୀପ ଧନକାରଙ୍କୁ ବିଧାନସଭାରେ ପଶିବାକୁ ବାଧା ସୃଷ୍ଟି କରାଯାଇଛି । ରାଜ୍ୟପାଳଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଭିଭିଆଇପି ଗେଟରେ ତାଲା ପଡ଼ିଥିବାରୁ ସେ ଅନ୍ୟ ଗେଟ ଦେଇ ଯାଇଥିଲେ । ତେବେ ଗେଟ ବନ୍ଦ ହେବାକୁ ନେଇ ରାଜ୍ୟପାଳ ଜଗଦୀପ ଧନକାର କ୍ଷୋଭ ପ୍ରକାଶ କରିଛନ୍ତି ।
ଏନେଇ ସେ କହିଛନ୍ତି ଯେ, ବିଧାନସଭାର ଅଧିବେଶନ ନଥିଲେ ବି ବିଧାନସଭା ସଚିବାଳୟ ସର୍ବଦା ଖୋଲା ରହେ । ମୁଁ ଐତିହାସିକ କୋଠା ଓ ଲାଇବ୍ରେରୀ ଦେଖିବାକୁ ଯାଇଥିଲି । ତେବେ ବିଧାନସଭାରେ ପଶିବାରେ ମୋତେ ବାଧା ସୃଷ୍ଟି କରାଯାଇଛି । ଏହା ମୋତେ ନୁହେଁ, ପୂରା ଗଣତନ୍ତ୍ରକୁ ଅପମାନ ବୋଲି ସେ କହିଛନ୍ତି ।

Comments are closed.