ଏବେ ଘରେ ବସି ମଗାଇ ପାରିବେ ଡିଜେଲ, କିଭଳି କରିବେ ବୁକିଙ୍ଗ୍ ଜାଣନ୍ତୁ

ନୂଆଦିଲ୍ଲୀ: ଆପଣ ମାନେ ଏପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ହେଉ ବା ଆପ୍ ମାଧ୍ୟମରେ ଅର୍ଡର ଦେଇ ପୋଷାକ, ଖାଇବା ଓ ମୋବାଇଲ ଇତ୍ୟାଦି ଜିନିଷ ମଗାଇଥାନ୍ତି। ହେଲେ ଏବେ ଆପଣମାନେ ଘରେ ବସି ଡିଜେଲ ମଧ୍ୟ ଅର୍ଡର କରିପାରିବେ। ଆପଣଙ୍କୁ ଏକଥା ବିଶ୍ବାସ ନଲାଗିଲେ ବି କଥାଟି ସତ। ଏଭଳି ସୁବିଧା ଦେଶର ସବୁଠାରୁ ବଡ ତେଲ କମ୍ପାନୀ ଭାରତୀୟ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ନୋଏଡାରେ ମୋବାଇଲ ପେଟ୍ରୋଲ ପମ୍ପର ଶୁଭାରମ୍ଭ କରିଛି। ଦିଲ୍ଲୀ-ଏନସିଆର ଅଞ୍ଚଳର ଏହା ପ୍ରଥମ ପେଟ୍ରୋଲ ପମ୍ପ ହେଉଛି ଯାହା ଘରକୁ ଘର ଡିଜେଲ ପହଞ୍ଚାଇବ।
କିଭଳି କରିବେ ବୁକିଙ୍ଗ୍ ଜାଣନ୍ତୁ:
ଉପଭୋକ୍ତା ଫିଲ୍ ନାଉ ଆପ୍ ମାଧ୍ୟମରେ ଘରେ ବସି ଡିଜେଲ ଅର୍ଡର ବୁକିଙ୍ଗ କରିପାରିବେ। ଏହି ଆପ୍ ମାଧ୍ୟମରେ ଡିଜେଲ ଅର୍ଡର ଦେବାକୁ ହେଲେ ଅତି କମରେ ୧୦୦ ଲିଟର ଡିଜେଲ ଅର୍ଡର ଦେବାକୁ ପଡିବ। ମୋବାଇଲ ପେଟ୍ରୋଲ ପମ୍ପ ୪୦୦୦ ଲିଟର ଡିଜେଲ କ୍ଷମତା ବିଶିଷ୍ଟ ଅଟେ।
ମୋବାଇଲ ପେଟ୍ରୋଲ ପମ୍ପ ବିଷୟରେ ସବିଶେଷ ବିବରଣୀ ଦେଇ ବିପିସିଏଲ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ଏହି ସେବା ଇଣ୍ଡଷ୍ଟ୍ରି, ମଲ୍ ଓ ମେଡିକାଲ ପାଇଁ ଆରମ୍ଭ କରାଯାଇଛି। ହେଲେ ଲୋକଙ୍କ ପାଇଁ ଏହି ଯୋଜନା ଖୁବଶୀଘ୍ର କରାଯିବ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସେବାର ସବୁଠାରୁ ବଡ଼ କଥା ହେଉଛି ଯେ, ଏହି ମୋବାଇଲ ସେବାରେ କୌଣସି ପ୍ରକାର ଗଡବଡି ହେବାର ସମ୍ଭାବନା ନାହିଁ। କାରଣ ଏହି ମୋବାଇଲ ପେଟ୍ରୋଲ ପମ୍ପ୍ ଜିୟୋ ଫେସିଙ୍ଗ ଟେକ୍ନୋଲେଜି ସହ ଜୋଡି ହୋଇଛି।
Comments are closed.