କନଷ୍ଟେବଳ ଚଳାଉଥିଲେ ସେକ୍ସ ରାକେଟ: ଦ୍ବିତୀୟ ସ୍ତ୍ରୀ

ଭୁବନେଶ୍ବର: ପୁରୀରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ଏବେ ନୂଆ ମୋଡ ନେଇଛି। ଏହି ମାମଲାରେ ଅଭିଯୁକ୍ତ ଜିତେନ୍ଦ୍ରଙ୍କ ଦ୍ବିତୀୟ ସ୍ତ୍ରୀ ମୁହିଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ପୁଲିସ କ୍ବାର୍ଟର୍ସରେ ଜିତେନ୍ଦ୍ର ସେକ୍ସ ରାକେଟ୍ ଚଳାଇଥିଲା। ଏଥିରେ ଜିତେନ୍ଦ୍ରର ପ୍ରଥମ ସ୍ତ୍ରୀଙ୍କ ସହଯୋଗ ଥିଲା। ପୁରୀ କ୍ବାର୍ଟର୍ସଟି ବ୍ରହ୍ମପୁରରେ କନଷ୍ଟେବଳ ଥିବା ପ୍ରଥମ ସ୍ତ୍ରୀଙ୍କ ନାମରେ ରହିଛି। ସେକ୍ସ ରାକେଟରେ ସହଯୋଗ କରି ପ୍ରଥମ ସ୍ତ୍ରୀ ମଧ୍ୟ ରୋଜଗାର କରୁଥିଲା। ଜିତେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀଙ୍କୁ ନିଲମ୍ବନ କରାଯିବ ସହ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦ୍ବିତୀୟ ପତ୍ନୀ କହିଛନ୍ତି।
Comments are closed.