ୟେଦୁରପ୍ପାଙ୍କ ଭାଗ୍ୟ ପରୀକ୍ଷା, ୧୫ଟି ବିଧାନସଭା ଆସନରେ ହେଉଛି ଉପ ନିର୍ବାଚନ
ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକରେ ୧୫ଟି ବିଧାନସଭା ଆସନ ପାଇଁ ହେଉଛି ଉପ-ନିର୍ବାଚନ। କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ପାାଇଁ ଏହି ଉପ-ନିର୍ବାଚନ ହେଉଛି ଭାଗ୍ୟ ପରୀକ୍ଷା। ଆଜି ସକାଳୁ ୧୫ଟି ବିଧାନସଭା ଆସନରେ ଉପ ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭୋଟରମାନେ ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାଲାଗି ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଠି୍ଆ ହୋଇଥିବାର ଦେଖିବାକୁ ମିଳିଛି। ମୋଟ୍ ୩୭.୭୮ ଲକ୍ଷ ମତଦାନ ନିଜର ମତାଧିକାର ସାବ୍ୟସ୍ତ କରିବେ। ସକାଳ ୭ଟାରୁ ମତଦାନ କାର୍ଯ୍ୟ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ବିଜେପିକୁ ରାଜ୍ୟର କ୍ଷମତାରେ ରହିବା ଲାଗି ୨୨୫ ସଦସ୍ୟ ବିଧାନସଭାର ଏହି ୧୫ଟି ଆସନରୁ ୬ଟିରେ ଜିତିବା ନିହାତି ଆବଶ୍ୟକ ବୋଲି ଜଣାଯାଇଛି। ବିଧାନସଭାରେ ସଂପ୍ରତି ବିଜେପିର ୧୦୫ ବିଧାୟକ, କଂଗ୍ରେସର ୬୬ ଓ ଜେଡିଏସର ୩୪ ବିଧାୟକ ଅଛନ୍ତି। ବିଏସପି ପାଖରେ ଜଣେ ବିଧାୟକ ଅଛନ୍ତି।
Comments are closed.