Odisha Link
Bridging the Missing Links in Odisha

ବାରବାଟୀ ଦିନିକିଆ ପାଇଁ ଆଜିଠୁ ଅନଲାଇନରେ ଟିକେଟ ବିକ୍ରି

କଟକ: ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ବାରବାଟୀ ଦିନିକିଆ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ। ୮ ହଜାର ୧୫୦ଟି ଟିକେଟ ଆଜି ଠାରୁ ଅନଲାଇନ ମଧ୍ୟମରେ ବିକ୍ରି ହେବ ବୋଲି ଓସିଏ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଟିକେଟ ବିକ୍ରି ଚାଲିବ। ଗ୍ୟାଲେରି ନଂ ୨ ପାଇଁ ୩ ହଜାର, ୪ ନମ୍ବର ଗ୍ୟାଲେରୀରୁ ୩ ହଜାର, ୬ ନମ୍ବର ଗ୍ୟାଲେରୀରୁ ୧୫ ଶହ, ନ୍ୟୁ ପାଭିଲଅନର ୫୦, ସ୍ପେଶାଲ ଏନକ୍ଲୋଜରରେ ୫ଶହ ଏବଂ ଏସି ବକ୍ସ ଗ୍ୟାଲେରୀ ୪ ନମ୍ବରରେ ଥିବା ୧୦୦ ଟି ସିଟ୍ ପାଇଁ ଅନଲାଇନ୍ ରେ ଟିକେଟ ଉପଲବ୍ଧ ହେବ। www.paytm.com ଏବଂ www.insider.in ରେ ଟିକେଟ୍ ବୁକ କରିପାରିବେ।
ଅନଲାଇନ ଟିକେଟ କିଣିଥିବା କ୍ରିକେଟ ପ୍ରେମୀ ମାନେ ଆସନ୍ତା ୧୯ ,୨୦ ଏବଂ ୨୧ ତାରିଖ ଦିନ କେମ୍ବ୍ରିଜ ସ୍କୁଲ କାଉଣ୍ଟରରୁ ସେମାନଙ୍କର ଟିକେଟ ଆଣିପାରିବେ। ଗ୍ୟାଲେରି ନମ୍ବର ୨ ଓ ୪ ଟିକେଟ୍ ଦାମ୍ ୫ ଶହ ଟଙ୍କା ଲେଖାଏଁ ରଖାଯାଇଛି। ସେହିଭଳି ଗ୍ୟାଲେରୀ ନମ୍ବର ୬ ଟିକେଟର ଦାମ୍ ୪ଶହ ଟଙ୍କା , ନ୍ୟୁ ପାଭିଲିଅନ୍ ଦାମ୍ ୫ ହଜାର , ସ୍ପେଶାଲ୍ ଏନକ୍ଲୋଜର ଟିକେଟ୍ ଦାମ୍ ୩ ହଜାର ଟଙ୍କା , ଏ.ସି ବକ୍ସ ଗ୍ୟାଲେରୀ ଟିକେଟ୍ ଦାମ୍ ୫ ହଜାର ଟଙ୍କା ରହିଛି। ସବୁ ଟିକେଟ୍ ରେ ୧୮ ପ୍ରତିଶତ ଜି.ଏସ୍.ଟି , ଲାଗିବ । ଆସନ୍ତା ୨୨ ତାରିଖରେ ବାରବାଟୀରେ ଖେଳାଯିବ ଇଣ୍ଡିଆ-ୱେଷ୍ଟ ଇଣ୍ଡିଜ୍ ଦିନିକିଆ ମ୍ୟାଚ। ତେବେ ଟିକେଟ କଳାବଜାରୀ ଯେଭଳି ନହୁଏ ସଥିଲାଗି ପୋଲିସ ତତ୍ପରତା ଦେଖାଇଛି। ଅନଲାଇନ୍ ହେଉ ଅବା କାଉଣ୍ଟର ଟିକେଟ୍ ବିକ୍ର, ସବୁ ଉପରେ ରହିବ ପୁଲିସର ତୀକ୍ଷ୍ଣ ନଜର।

Comments are closed.