ଯେତେ ମାମଲା ରୁଜୁ କରିବ ମୁଁ ସେତେ ଖୁସି ହେବି: ରାହୁଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ରାହୁଲ ଗାନ୍ଧିଙ୍କ ନାମରେ ଏକାଧିକ ମାମଲା ବିଜେପି ଏକାଧିକ ମାମଲା ରୁଜୁ କରୁଥିବାରୁ ନିଆରା ଢଙ୍ଗରେ ଟାର୍ଗେଟ କରିଛନ୍ତି ରାହୁଲ।
ୱାୟନାଡରେ ଆୟୋଜିତ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ର କନଭୋକେସନରେ ଯୋଗଦେଇ ରାହୁଲ କହିଛନ୍ତି ଯେ, “ମୋ ନାଁରେ ଏବେ ୧୫ରୁ ୧୬ଟି ମାମଲା ରହିଛି। ଆପଣ ଯେତେବେଳେ ଜଣେ ସୈନ୍ୟ କଥା ବିଚାରକୁ ନେବେ ସେତେବେଳେ ଦେଖିବେ ଯେ ତାଙ୍କ ଛାତିରେ ଯେତେ ପଦକ ଥିବ ସିଏ ସେତେ ଖୁସି ହେଉଥିବେ।
ଏଥି ସହିତ ସେ କହିଛନ୍ତି, ମୋ ନାଁରେ ଯେତେ ମାମଲା ରୁଜୁ କଲେ ବି ମୁଁ ପଛ ଘୁଞ୍ଚା ଦେବିନାହିଁ। ଏସବୁ ମାମଲା ଗୁଡ଼ିକୁ ମୁଁ ମୋର ପଦକ ଭାବେ ଗ୍ରହଣ କରିବି। ଖାଲି ସେତିକି ନୁହେଁ, ମୋ ନାଁରେ ଯେତେ ମାମଲା ରୁଜୁ ହେବ, ମୁଁ ସେତିକି ଖୁସି ହେବି ବୋଲି ରାହୁଲ କହିଛନ୍ତି।
Comments are closed.