ରାଜଧାନୀରେ ଚାଞ୍ଚଲ୍ୟ, ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
![](https://www.odishalink.com/wp-content/uploads/2019/12/Bank-Manger.jpg)
ଭୁବନେଶ୍ୱର: ଆଉ ଏକ ଅଘଟଣ। ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଘର ଭିତରୁ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସନ୍ଦେହଜନକ ଭାବେ ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିିଛି ପୁଲିସ। ମୃତ ବ୍ୟାଙ୍କ ମ୍ୟାନେଜରଙ୍କ ନାଁ ଆର. ରଞ୍ଜିତା ରାଓ ବୋଲି ଜଣାପଡ଼ିଛି। ସେ ବରମୁଣ୍ଡା ହାଉସିଂବୋର୍ଡ କଲୋନୀର MIG-51 ଭଡ଼ାଘରେ ରହୁଥିଲେ।
ତାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ। ରଞ୍ଜିତା ରାଓ ଅଶୋକନଗର ୟୁକୋ ବ୍ୟାଙ୍କ ଶାଖାରେ କାର୍ଯ୍ୟରତ ଥିଲେ। ହେଲେ ମୃତ୍ୟୁର କାରଣ କଣ ଏଯାଏ ଜଣାପଡିନାହିଁ । ମୃତ୍ୟୁ ପଛରେ କଣ ରହସ୍ୟ ରହିଛି ପୁଲିସ୍ ଖୋଳତାଡ଼ ଜାରି ରଖିଛି ।
ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବିକ ରଞ୍ଜିତା ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଅଫିସ୍ରୁ ଘରକୁ ଫେରିଥିଲେ। ରାତିରେ ଖାଇପିଇ ଶୋଇଥିଲେ। ହେଲେ ଆଜି ସକାଳୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ ପରିବାର ଲୋକେ। ଏହାଦେଖି ସେମାନେ ପୁଲିସ୍କୁ ଖବର ଦେଇଥିଲେ। ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବା ବେଳେ ଏହାର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ।
ରଞ୍ଜିତାଙ୍କ ବାପାଙ୍କ କହିବା ଅନୁଯାୟୀ, ସେ ଶାରୀରିକ ଭାବେ ଭାରି ଦୁର୍ବଳ ହୋଇଯାଇଥିଲେ। ବିଶେଷ ଖିଆପିଆ କରୁ ନଥିଲେ। ଏଥିପାଇଁ କିଛି ଦିନ ତଳେ ଚେତା ହରାଇ ପଡ଼ିଯାଇଥିଲେ। ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ମାନସିକ ସ୍ତରରେ ଭାରି ଦୃଢ଼ ଥିଲେ। ଗତକାଲି ତାଙ୍କ ବ୍ୟବହାରରେ ବି ସେମିତି କିଛି ପରିବର୍ତ୍ତନ ଦେଖିବାକୁ ମିଳି ନଥିଲା। ସେ କେଉଁ କାରଣରୁ ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ନେଲେ, ତାହା ସେମାନଙ୍କୁ ବି ଜଣାନାହିଁ ବୋଲି ତାଙ୍କ ବାପା କହିଛନ୍ତି।
Comments are closed.