ଆଜି ବିଶ୍ବ ମୃତ୍ତିକା ଦିବସ

ଭୁବନେଶ୍ବର: ଆଜି ହେଉଛି ମୃ୍ତ୍ତିକା ଦିବସ। ଜଳ ବାୟୁ ପରି ମୃତ୍ତିକା ମଧ୍ୟ ଏକାନ୍ତ ଆବଶ୍ୟକ। ସଭ୍ୟତାର ବିକାଶ ସହ ମୃତ୍ତିକାର ବିନାଶ ଘଟି ଚାଲିଛି। ମୃତ୍ତିକା ଯୋଗୁଁ ସାରା ବିଶ୍ବରେ ବାର୍ଷିକ ୩୭୦୦୦ ବର୍ଗ ମାଇଲ ଚାଷ ଜମି ନଷ୍ଟ ହେଉଛି। ମୃତ୍ତିକା ସୃଷ୍ଟି ପାଇଁ ବହୁ ବର୍ଷ ଲାଗିଥାଏ ତେଣୁ ମୃତ୍ତିକା ସୁରକ୍ଷା ବାବଦରେ ସଚେତନତା ପାଇଁ ୨୦୦୨ ମସିହାରେ ଏହି ଦିବସ ପାଳନ ପାଇଁ ‘ଅନ୍ତର୍ଜାତୀୟ ମୃତ୍ତିକା ବିଜ୍ଞାନ ସଂଗଠନ’ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ୬୦ ହଜାର ମୃତ୍ତକା ବିଜ୍ଞାନୀଙ୍କ ଦ୍ବାରା ଆଗତ ଏହି ପ୍ରସ୍ତାବକୁ ୨୦୧୩ ମସିହାରେ ‘ଜାତିସଂଘ’ର ସାଧାରଣ ପରିଷଦ ଅନୁମୋଦନ ଦେଇଥିଲା। ସେବେ ଠାରୁ ପ୍ରତି ବର୍ଷ ଡିସେମ୍ବର ୫ ତାରିଖକୁ ମୃ୍ତ୍ତିକା ଦିବସ ରୂପେ ପାଳନ କରାଯାଏ।
ଏକ ଗବେଶଣାରୁ ଜଣା ପଡିଛି ଯେ ଗତ ଦେଢ ସହ ବର୍ଷ ମଧ୍ୟରେ ସାରା ବିଶ୍ବର ଅର୍ଦ୍ଧେକ ଉପର ଭାଗ ମୃତ୍ତିକା ନଷ୍ଟ ହୋଇସାରିଲାଣି। ସବୁଠାରୁ ଅଧିକ ମୃତ୍ତିକା ନଷ୍ଟ ଚାଇନା, ଭାରତ, ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥାଏ। ଏଥି ଯୋଗୁଁ ପରିବେଶର ସନ୍ତୁଳନ ବିଗିଡିବା ସହ କୃଷି ଓ ଖାଦ୍ୟ ନିରାପତ୍ତା ମଦ୍ୟ ପ୍ରଭାବିତ ହେଉଛି। ଏହା ଫଳରେ ବାୟୁମଣ୍ଡଳରେ ଧୂଳିକଣାର ପରମାଣ ବଢିବାରେ ଲାଗିଛି ଓ ଯକ୍ଷ୍ମା ଓ ଅନ୍ଥ୍ରାକ୍ସ ଆଦି ରୋଗ ମଧ୍ୟ ବ୍ୟାପୁଛି।
Comments are closed.