Odisha Link
Bridging the Missing Links in Odisha

୧୨ ଘଣ୍ଟିଆ ଧୂଷୁରୀ ବନ୍ଦ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ଅଞ୍ଚଳରେ ୧୨ ଘଣ୍ଟିଆ ଚକ ଅଖ ବନ୍ଦ ପାଳନ ହେଉଛି। ଦୋକାନ ବଜାର ବନ୍ଦ ରହିଛି।
ମିଳିଥିବା ସୂଚନା ଅନୁସାରେ ଉନ୍ନତ ସ୍ବାସ୍ଥ୍ୟସେବା ଦାବିରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି। ଧୂଷୁରୀ ଏରିଆ ହସପିଟାଲ ରେ ସ୍ଥାୟୀ ଡାକ୍ତର ନିଯୁକ୍ତି ମୁଖ୍ୟ ଦାବି ରହିଛି। ସ୍ଥାୟୀ ଆମ୍ବୁଲାନ୍ସ ସହ ୨୪ ଘଣ୍ଟିଆ ରୋଗୀ ସେବା ସହ 6 ଦଫା ଦାବି ରହିଛି । ପୂର୍ବରୁ ମଧ୍ୟ ସ୍ଥାନୀୟ ଲୋକେ ହସ୍ପିଟାଲ କୁ ଡାକ୍ତର ଅନୁପସ୍ଥିତ ରହୁଥିବାରୁ ତାଲା ପକାଇଥିଲେ।

Comments are closed.