ହାଇଦ୍ରବାଦ୍ ଗଣଦୁଷ୍କର୍ମ ଘଟଣା: ୪ଅଭିଯୁକ୍ତ ଏନକାଉଣ୍ଟରରେ ମୃତ

ହ୍ରାଇଦାବାଦ୍: ଆଜି ଭୋରୁ ହାଇଦ୍ରାବାଦ୍ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ମୁଖ୍ୟ ଅଭିଯୁକ୍ତଙ୍କର ପୁଲିସ୍ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମହିଳା ଡାକ୍ତରଙ୍କ ମୃତଦେହ ଚେତନାପାଲି ଓଭରବ୍ରିଜ ତଳୁ ମିଳିଥିବା ବେଳେ ଉକ୍ତ ଓଭରବ୍ରିଜ ଉପରେ ହିଁ ସେମାନଙ୍କୁ ଏନକାଉଣ୍ଟର କରାଯାଇଛି। ଘଟଣାର ଅଧିକ ଛାନଭିନ ନିମନ୍ତେ ସମସ୍ତ ଅଭିଯୁକ୍ତଙ୍କୁ ଗତକାଲି ରାତିରେ ଘଟଣାସ୍ଥଳକୁ ନିଆଯାଇଥିଲା। ହେଲେ ସେଠାରୁ ସେମାନେ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ଏଥିଯୋଗୁ ସେମାନଙ୍କୁ ଏନକାଉଣ୍ଟର କରାଯାଇଥିବା ହାଇଦ୍ରାବାଦ ପୁଲିସ୍ ସୂତ୍ରରୁ ସୂଚନା ମିଳିଛି। ସେମାନେ ହେଲେ ଆରିଫ୍, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ।
Comments are closed.