Odisha Link
Bridging the Missing Links in Odisha

ଅଭିଯୁକ୍ତ ପୋଲିସ୍‌ ବନ୍ଧୁକ ଛଡ଼ାଇ ନେଇଥିଲେ: ଡିସିପି ଶମଶାବାଦ

ହାଇଦ୍ରାବାଦ୍: ରାତି ୪ଟାରେ ହାଇଦ୍ରାବାଦର ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସହିତ ଜଡ଼ିତ ୪ ଅଭିଯୁକ୍ତ ଏନକାଉଣ୍ଟରେ ନିହତ ହୋଇଛନ୍ତି। ପଚରାଉଚରା ପାଇଁ ନିଆଯାଇଥିବା ବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିବାରୁ ପୋଲିସ ଏନକାଉଣ୍ଟର କରିଛି। ଫଳରେ ୪ ଅଭିଯୁକ୍ତ ନିହତ ହୋଇଛନ୍ତି।

ଏହି ଘଟଣାକୁ ନେଇ ଶମଶାବାଦର ଡିସିପି ପ୍ରକାଶ ରେଡି ପ୍ରତିକ୍ରିୟା କହିଛନ୍ତି ଯେ, ରାତିରେ ହାଇଦ୍ରାବାଦ ପଶୁ ଡାକ୍ତରାଣୀଙ୍କ ସହ ଗଣବଳାତ୍କାର କରି ହତ୍ୟା କରିଥିବା ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ କ୍ରାଇମ୍ ସିନ୍ ରିକ୍ରିଏଶନ ପାଇଁ ନିଆଯାଇଥିଲା। କିନ୍ତୁ ବଳାତ୍କାରୀମାନେ ପୋଲିସର ଅସ୍ତ୍ର ଧରି ଫେରାର ହେବାକୁ ଚେଷ୍ଟା କରିଥିଲେ। ଏହାପରେ ପୋଲିସ କ୍ରସ୍ ଫାଇରିଂର କରିଥିଲେ। ଯାହା ଫଳରେ ୪ ବଳାତ୍କାରୀ ପ୍ରାଣ ହରାଇଛନ୍ତି।

Comments are closed.