Odisha Link
Bridging the Missing Links in Odisha

ପାକିସ୍ତାନ ସୀମାରେ ମୃତୟନ ହେବ ଭାରତର ୧୯୮ଟି ଲଢୁଆ ଯାନ

ନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ବିପଦ ଆଶଙ୍କା ଥିବାରୁ ସୀମାରେ ନିଜର ଶକ୍ତି ବୃଦ୍ଧି କରିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ନିକଟରେ ଭାରତୀୟ ସେନା ୧୯୮ଟି ସଶସ୍ତ୍ର ଲଢୁଆ ଯାନ (ଏଏଫଭି) କିଣିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ସୀମାରେ ମୁତୟନ ଥିବା ଟ୍ୟାଙ୍କ ରେଜିମେଣ୍ଟର ସହାୟତା କରିବା ପାଇଁ ଏସବୁ ଯାନକୁ ବ୍ୟବହାର କରାଯିବ। ପୂର୍ବରୁ ଭାରତ ସୋଭିଏତ ଋଷ ନିର୍ମିତ ବିଆରଡିଏମ କମ୍ବାଟ୍‌ ରିକଇନାସାନ୍ସ ପାଟ୍ରୋଲ ଭେହିକ୍ଲ ବ୍ୟବହାର କରୁଥିଲା। ଏବେ ସେଗୁଡ଼ିକ ବେଶ ପୁରୁଣା ହୋଇଯାଇଥିବାରୁ ସେଗୁଡ଼ିକ ସ୍ଥାନରେ ଅତ୍ୟାଧୁନିକ ଏଏଫଭି ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ସାମରିକ ଯାନରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲଗାଯାଇଛି। ଶତ୍ରୁ ପକ୍ଷର ଟ୍ୟାଙ୍କ ଆକ୍ରମଣକୁ ପ୍ରତିହତ କରିବାକୁ ଏସବୁ ଯାନରେ ଆଣ୍ଟି-ଟ୍ୟାଙ୍କ ମିସାଇଲ ଲଗାଯାଇଛି। ଏହାଛଡା ଏଥିରେ ୭.୬୨ ଏମଏମ ମେସିନ ଗନ୍‌ ମଧ୍ୟ ଲଗାଯାଇଛି। ଏହି ଯାନଗୁଡ଼ିକର ଆଉ ଏକ ବିଶେଷତ୍ୱ ହେଲା ଯେ ଏଗୁଡିକ ନଦୀନାଳ ଅତିକ୍ରମ କରି ଯାଇପାରିବେ। ପାକିସ୍ତାନକୁ ଲାଗିଥିବା ବିଭିନ୍ନ ରାଜ୍ୟ ଯଥା ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ ଓ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏସବୁ ଯାନକୁ ମୁତୟନ କରାଯିବ।

Comments are closed.