ନିର୍ଭୟା ଦୁଷ୍ମର୍ମ ମାମଲା: ରାଜକ୍ଷମାକୁ ଖାରଜ କଲା କେନ୍ଦ୍ର ଗୃହମନ୍ତ୍ରାଳୟ

ନୂଆଦିଲ୍ଲୀ: ଆଜି ସକାଳୁ ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିଛି ପୁଲିସ୍। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏହାରି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିର୍ଭୟା ଘଟାଣର ଦୋଷୀମାନଙ୍କୁ ଫାଶୀ ଦଣ୍ଡ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଘୋଷଣା ନହୋଇଥିଲେ ମଧ୍ୟ ଏହି ଖବର ପ୍ରକାଶ ପାଉଚି।
Ministry of Home Affairs sends file of mercy plea of 2012 gang rape convict Vinay Sharma to President Ram Nath Kovind, recommends rejection of mercy plea. pic.twitter.com/x3s4jzT0Xa
— ANI (@ANI) December 6, 2019
ହାଇଦ୍ରାବାଦରେ ୪ ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଣ୍ଟର ପରେ ପୁଣି ଏକ ବଡ଼ ଖବର ସାମନାକୁ ଆସିଛି। ନିର୍ଭୟା କାଣ୍ଡରେ ଦୋଷୀଙ୍କୁ ଫାଶୀ ମିଳିବା ଧୀରେ ଧୀରେ ସ୍ପଷ୍ଟ ହେଉଛି। କାରଣ ଦୋଷୀଙ୍କ କ୍ଷମା ଆବେଦନକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଖାରଜ କରାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ କ୍ଷମା ଆବେଦନକୁ ଖାରଜ କରାଯିବା ସହ ଫାଇଲ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଛି। ସୁପ୍ରିମକୋର୍ଟରେ ଦଣ୍ଡ କାଏମ ପରେ ଦୋଷୀଙ୍କ ପକ୍ଷରୁ ରାଜକ୍ଷମା ପାଇଁ ଆବେଦନ କରାଯାଇଥିଲା। ଦୋଷୀମାନେ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ପାଇଁ ଆବେଦନ କରିଥିବାବେଳେ ରାଷ୍ଟ୍ରପତି ଉକ୍ତ ଆବେଦନକୁ ଗୃହ ମନ୍ତ୍ରଣାଳୟକୁ ପଠାଇ ଦେଇଥିଲେ।
Comments are closed.