ମୀରଟରେ ବଳାତ୍କାର ପୀଡ଼ିତାଙ୍କର ଆତ୍ମାହୁତି ଉଦ୍ୟମ
![](https://www.odishalink.com/wp-content/uploads/2019/12/mirat.jpg)
ମୀରଟ: ଦେଶବ୍ୟାପୀ ବଳାତ୍କାରୀଙ୍କ ବିରୋଧରେ ନିନ୍ଦା ଓ ଆକ୍ରୋଶ ଦେଖିବାକୁ ମିଳିଥିବାବେଳେ ଆଜି ଉତ୍ତରପ୍ରଦେଶର ମୀରଟ ସହରରେ ଜଣେ ମହିଳା ଅଭିଯୁକ୍ତଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ନ ନେବା ଯୋଗୁଁ ଆତ୍ମାହୂତି ଦେବାକୁ ଉଦ୍ୟମ କରିଛନ୍ତି। ପୀଡିତା ଜଣଙ୍କ ଏସପି ଅଫିସ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରିବା ବେଳେ ପୁଲିସ ତାଙ୍କୁ ଉଦ୍ଧାର କରିଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେ ୩ମାସ ତଳେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ୩ମାସ ହେବ ସେ ଥାନାକୁ ଦୌଡୁଥିଲେ ହେଁ କେହି ତାଙ୍କ କଥା ଶୁଣୁ ନାହାନ୍ତି। ପୁଲିସର ଏପରି ବ୍ୟବହାରରେ ହତୋତ୍ସାହିତ ହୋଇ ସେ ଆତ୍ମାହୂତି ଦେବାକୁ ଉଦ୍ୟମ କରିଥିବା କହିଛନ୍ତି। ଶୁକ୍ରବାର ପ୍ରଥମେ ସେ ନ୍ୟାୟ ପାଇଁ ଏସପିଙ୍କ ଅଫିସକୁ ଆସିଥିଲେ। କିନ୍ତୁ ଏସପିଙ୍କୁ ଭେଟି ନ ପାରିବାରୁ ସେ କାର୍ଯ୍ୟାଳୟ ବାହାରେ ଦେହରେ କିରୋସିନ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। କିଛି ପୁଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ।
Comments are closed.