Odisha Link
Bridging the Missing Links in Odisha

ଗ୍ରନ୍ଥାଗାର ପୁସ୍ତକ ଚୟନ ଉପକମିଟିଙ୍କର ତୃତୀୟ ବୈଠକ

ଭୁବନେଶ୍ୱର: ବିଧାନସଭା ଗ୍ରନ୍ଥାଗାର ପୁସ୍ତକ ଚୟନ ଉପକମିଟିଙ୍କର ତୃତୀୟ ବୈଠକ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୩ରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ଗ୍ରନ୍ଥାଗାର ନିମନ୍ତେ ପୁସ୍ତକ କ୍ରୟ ପାଇଁ ଚୟନ ସଂପର୍କିତ ଆଲୋଚନା ହୋଇଥିଲା ।

ଏହି ବୈଠକରେ ବିଧାୟକ ମନୋହର ରନ୍ଧାରୀ, ନିତ୍ୟାନନ୍ଦ ସାହୁ, ଡ. ପ୍ରମୋଦ କୁମାର ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ରାଜକିଶୋର ଦାସ, ସାଲୁଗା ପ୍ରଧାନ, ସାବିତ୍ରୀ ଅଗ୍ରଓ୍ୱାଲା, ସୀମାରାଣୀ ନାୟକ, ଶ୍ରୀକାନ୍ତ ସାହୁ, ସୁନନ୍ଦା ଦାସ, ସୂର୍ଯ୍ୟମଣି ବୈଦ୍ୟ,ଉଷାଦେବୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଏଥିରେ ବିଧାନସଭାର ସଚିବ ଦାଶରଥୀ ଶତପଥୀ, ବିଧାନସଭାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.