ଆବେଦନ ପତ୍ର କମିଟିଙ୍କର ଷଷ୍ଠ ବୈଠକ

ଭୁବନେଶ୍ୱର : ଆଜି ଆବେଦନ ପତ୍ର କମିଟିଙ୍କର ଷଷ୍ଠ ବୈଠକ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ ସମବାୟ ବିଭାଗର ସଚିବଙ୍କ ସହିତ ଉକ୍ତ ବିଭାଗ ସଂପର୍କିତ ବକେୟା ଥିବା ଆବେଦନ/ନିବେଦନ ପତ୍ରଗୁଡ଼ିକ ଉପରେ ଅଦ୍ୟାବଧି ନିଆହୋଇଥିବା କାର୍ଯ୍ୟନୁଷ୍ଠାନ ସଂପର୍କରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର, ମନୋହର ରନ୍ଧାରୀ, ବିଷ୍ଣୁବ୍ରତ ରାଉତରାୟ, ପ୍ରକାଶ ସୋରେନ୍, ଦାଶରଥି ଗମାଙ୍ଗୋ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ବୀରବିକ୍ରମ ୟାଦବ, ସମବାୟ ସମିତି ସମୂହର ନିବନ୍ଧକ ବିଭୂତିଭୂଷଣ ପଟ୍ଟନାୟକ, ବିଧାନସଭାର ସଚିବ ଦାଶରଥୀ ଶତପଥୀ ଏବଂ ସମବାୟ ବିଭାଗର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.