Odisha Link
Bridging the Missing Links in Odisha

ଜାମିନରେ ଆସି ପୁଣି ଦୁଷ୍କର୍ମ ଉଦ୍ୟମ

ଚାନ୍ଦବାଲି: ଚାନ୍ଦବାଲି ଅଞ୍ଚଳରେ ଦୁଷ୍କର୍ମ ଅପରାଧ ପରେ ଜାମିନରେ ଆସିବା ପୁଣି ଥରେ ଦୁଷ୍କର୍ମ ଉଦ୍ୟମ କରିଥିବା ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି। ଦୁଷ୍କର୍ମ ଉଦ୍ୟମ କରିଥିବା ଦୁଇ ଅଭିଯୁକ୍ତ ତାପସ କୁମାର ସାହୁ ଏବଂ ଦୀପକ ଖଟୁଆ ବର୍ତ୍ତମାନ ଫେରାର ଅଛନ୍ତି। ଏଥିସହ ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କ ପରିବାର ଉପରେ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହାର ପ୍ରତିବାଦରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଧାମରା ଥାନା ସମ୍ମୁଖରେ ନିଜ ପିତା ମାତାଙ୍କୁ ନେଇ ଧାରଣାରେ ବସିଥିଲେ। ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପ୍ରତିଶ୍ରୁତି ଦେବାପରେ ସେମାନେ ଘରକୁ ଫେରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଦୋସିଙ୍ଗ ପଞ୍ଚାୟତର ରବୀନ୍ଦ୍ର ନଗର ଗ୍ରାମର ତାପସ କୁମାର ସାହୁ ଏବଂ ଦୀପକ ଖଟୁଆ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ଜେଲ ଯାଇଥିଲେ। ଦୁଇ ଦିନ ତଳେ ଦୁଇ ଅଭିଯୁକ୍ତ ଜାମିନରେ ଆସି ପୁଣି ପୀଡ଼ିତାଙ୍କ ଘରକୁ ଯାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ।

Comments are closed.