ଦକ୍ଷିଣ-ଏସୀୟ କ୍ରୀଡ଼ାରେ ଅମୀୟଙ୍କୁ ରୌପ୍ୟ

ଭୁବନେଶ୍ବର: ଦକ୍ଷିଣ ଏସୀୟ କ୍ରୀଡ଼ାରେ ଓଡ଼ିଆ ଧାବକ ଅମୀୟ ମଲ୍ଲିକ ହାସଲ କରିଛନ୍ତି ରୌପ୍ୟ ପଦକ। ନେପାଳର କାଠମାଣ୍ଡୁ ଠାରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ାର ୧୩ତମ ସଂସ୍କରଣରେ ଅମୀୟ ଏହି ସଫଳତା ପାଇଛନ୍ତି। ଭାରତୀୟ ପୁରୁଷ ଦଳ ୪ଗୁଣା ୧୦୦ ମିଟର ରିଲେରେ ୩୯.୯୭ ସେେକଣ୍ଡରେ ଅତିକ୍ରମ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ହାସଲ କରିଛନ୍ତି। ଭାରତୀୟ ଦଳ ପକ୍ଷରୁ ଓଡ଼ିଆ ଧାବକ ଭାବେ ଅମୀୟଙ୍କ ସମେତ ହରଜିତ୍ ସିଂହ, ପ୍ରବୀଣ କୋଲାପୁର ଓ ଗୁରୁବିନ୍ଦର ସିଂ ପ୍ରତିନିଧିତ୍ବ କରିଥିଲେ। ଏଥିରେ ଶ୍ରୀଲଙ୍କାକୁ ସ୍ବର୍ଣ୍ଣ ପଦକ ଓ ପାକିସ୍ତାନକୁ ବ୍ରୋଞ୍ଜ୍ ପଦକ ମିଳିଛି। ଅମୀୟ ଜୁନିୟରସ୍ତରରେ ୨୦୦୬ରେ ଜୁନିୟର ଏସିଆନ ମିଟ୍ରେ ୧୦୦ମିଟର ଦୌଡ଼ରେ ରୌପ୍ୟ, ୨୦୦୮ ୟୁ୍ଥ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୦୦ମିଟର ଦୌଡରେ ବ୍ରୋଞ୍ଜ ପରେ ସିନିୟର ସ୍ତରରେ ପ୍ରଥମ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି।
Comments are closed.