ଝାଡଖଣ୍ଡ ବିଧାନସଭା ନିର୍ବାଚନ: ୨ୟ ପର୍ଯ୍ୟାୟ ମତଦାନ ଜାରି
ରାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ୨ୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ୨ୟ ପର୍ଯ୍ୟାରେ ମୋଟ୍ ୨୦ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସଂନ୍ଧ୍ୟା ୫ଟା ଯାଏ ଚାଲିବ। ହେଲେ କେବଳ ଜମସେଦପୁର ପୂର୍ବ ଓ ଜମସେଦପୁର ପଶ୍ଚିମରେ ଦିନ ୩ଟା ଯାଏଁ ଚାଲିବ।
ରାଜ୍ୟ ବିଧାନସଭା ଅଧ୍ୟକ୍ଷ ଦିନେଶ ଅର୍ଣ୍ଣବ, ସରୟୁ ରାୟ, ବିଜେପି ପ୍ରଦେଶ ଅଧକ୍ଷ ଲକ୍ଷ୍ମଣ ଗିଲୁଆ, ରାଜ୍ୟଗ୍ରାମୀଣ ବିକାଶ ଓ ସଂସଦୀୟ ମନ୍ତ୍ରୀ ଏବଂ ୨୬୦ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷହ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ରଘୁବର ଜମସେଦପୁର ପୂର୍ବ ଆସନ ମଧ୍ୟ ସାମିଲ ଅଛି । ତାଙ୍କ ବିପକ୍ଷରେ ସରୟୁ ରାୟ ନିର୍ବାଚନ ପଡିଆରେ ଅବତୀର୍ଣ୍ଣ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ପ୍ରଫେସର ଗୌରବ ବଲ୍ଲଭ ମଧ୍ୟ ଲଢୁଛନ୍ତି । ସେଠାରେ ତ୍ରୀମୁଖୀ ଲଢେଇ ହେବାର ସମ୍ଭାବନା ଅଛି ଝାଡଖଣ୍ଡ ବିଧାନସଭା ନିର୍ବାଚନ ୨୦୧୯ ର ୨ୟ ମତଦାନରେ ୪୮,୨୫,୦୩୮ ମତଦାତା ମତଦାନ କରିବେ।
ସୂଚନା ମୁତାବକ ଝାଡଖଣ୍ଡ ବିଧାନସଭା ୮୧ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି। ୫ଟି ପର୍ଯ୍ୟାୟରେ ଏଠାରେ ମତଦାନ ହେବ। ଡିସେମ୍ବର ୨୦ରେ ଶେଷ ମତଦାନ ହେବ ଏବଂ ଡିସେମ୍ବର ୨୩ରେ ଫଳାଫଳ ଘୋଷଣା କରାଯିବ।
Comments are closed.