‘କାଳିଆ-କିଷାନ’ ଏକାଠି, ଚାଷୀ ପାଇବେ ଏତିକି ଟଙ୍କା

ଭୁବନେଶ୍ବର: କୃଷକଙ୍କ ପାଇ ମିଳିମିଶି ଏକାଠି ହେଲେ କେନ୍ଦ୍ର ଓ ରାଜ୍ୟ ସରକାର। କୃଷକଙ୍କୁ ସୁବିଧା ଦେବା ପାଇଁ କାଳିଆ ଯୋଜନାର ଗାଇଡଲାଇନରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। କୃଷି ବିଭାଗ ବୈଠକରେ ଗାଇଡଲାଇନ ପରିବର୍ତ୍ତନ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ତେବେ ଚାଷୀଙ୍କୁ ମିଳୁଥିବା ୧୦ ହଜାର ଟଙ୍କା ଖାଲି ରାଜ୍ୟ ସରକାର ଦେବେନି। ଏଣିକି ଏହି ଟଙ୍କା ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିମିଶି ଦେବେ। ରାଜ୍ୟ ସରକାର ୪ ହଜା ଟଙ୍କା ଓ କେନ୍ଦ୍ର ସରକାର ୬ ହଜାର ଟଙ୍କା ଦେବେ। ପୂର୍ବରୁ କାଳିଆ ଯୋଜନାରେ କ୍ଷୁଦ୍ର ଓ ବଡ ଚାଷୀଙ୍କୁ କେବଳ ରାଜ୍ୟ ଏହି ଟଙ୍କା ଦେଉଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ଟଙ୍କା ମିଶିକି ଦେବେ।
ତେବେ ଚାଷୀ ଏବେ କେବଳ ‘କାଳିଆ’ ପାଖରୁ ନୁହେଁ ‘ପିଏମ କିଷାନ’ରୁ ମଧ୍ୟ ଟଙ୍କା ପାଇବେ। କାଳିଆରୁ ୪ ହଜାର ଓ କିଷାନରୁ ୬ହଜାର ମିଳିବ। ସେପଟେ ଭୂମିହୀନଙ୍କୁ ରାଜ୍ୟ ସରକାର ଦେବେ ୧୦ ହଜାର ଟଙ୍କା। ବର୍ତ୍ତମାନ ସୁଦ୍ଧା ୫୧ ଲକ୍ଷରୁ ଅଧିକ ଚାଷୀ କାଳିଆ ଟଙ୍କା ପାଇଛନ୍ତି ବୋଲି ସୂଚନା ଦେଇଛନ୍ତି ସରକାର।
ଗତ କିଛି ଦିନ ହେବ ଚାଷୀଙ୍କ ପାଇଁ କେନ୍ଦ୍ର-ରାଜ୍ୟ ଏକାଠି କାମ କରିବେ ବୋଲି ଚର୍ଚ୍ଚା ହେଉଥିଲା। କାଳିଆ ଓ କିଷାନ ମିଶିଯିବେ ବୋଲି ଚର୍ଚ୍ଚା ଜୋର ଧରିବା ପରେ କୃଷି ମନ୍ତ୍ରୀ ଅରୁଣ ସାହୁ ସ୍ପଷ୍ଟୀକରଣ ରଖିଥିଲେ । କାଳିଆ-କିଷାନ ମିଶିଗଲେ ବି କାଳିଆ ବନ୍ଦ ହେବନି କି ଚାଷୀଙ୍କୁ ହଇରାଣ କରିବନି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଆଉ ଆଜି କୃଷି ବିଭାଗ ପକ୍ଷରୁ ଏକ ବୈଠକ କରି ଏମିତି କିଛି ବଡ ନିଷ୍ପତ୍ତି ନିଆଯାଇଛି।
Comments are closed.