ଲୁନାରେ ଲାଗିଲା ଫାଇନ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
![](https://www.odishalink.com/wp-content/uploads/2019/12/Luna.png)
ନବରଙ୍ଗପୁର: ସାରା ରାଜ୍ୟରେ ଲାଗୁ ହୋଇଛି ନୂଆ ଟ୍ରାଫିକ୍ ନିୟମ। କେବଳ କାଗଜପତ୍ରକୁ ଛାଡିଦେଲେ ଆଉ କେଉଁଥିରେ ଜନସାଧାରଣଙ୍କୁ ମିଳୁନି ମାଫ୍। ରାଜ୍ୟରେ ପ୍ରତିଦିନ ଫାଇନ୍ ଆଦାୟ ନେଇ ଖବର ପ୍ରସାରିତ ହେଉଛି। ହେଲେ ଏକ ଫାଇନ ଏଭଳି କଟିଛି ଯାହା ଆପଣ ଶୁଣିଲେ ହେବେ ଆଶ୍ଚର୍ଯ୍ୟ। କାରଣ ଲୁନାରେ ଲାଗିଲା ସିଟ୍ ବେଲ୍ଟ ପିନ୍ଧି ନଥିବାର ଫାଇନ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିରାଟ ସତ।
ତେବେ ଟ୍ରାଫିକ ନିୟମର ଏଭଳି ଅଜବ ଚାଲାଣ କଟାଯିବାର ଖବର ଆସିଛି ନବରଙ୍ଗପୁରରୁ। ପାପଡାହାଣ୍ଡି ବ୍ଲକ ବି କଣ୍ଟାସରୁ ଗାଁର ପୁରନ ପୂଜାରୀ ନାମକ ଟିଭିଏସ ଏକସେଲ ବାଇକ ଚାଳକଙ୍କୁ ସିଟ ବେଲ୍ଟ ପିନ୍ଧିନ ଥିବା ଅଭିଯୋଗରେ କଳାହାଣ୍ଡି ଆରଟିଓଙ୍କ ଫାଇନ।
ନବରଙ୍ଗପୁରର ଜଣେ ଗାଡି ଚାଳକଙ୍କ ମୋଟର ଆଇନ ଯାନ ନିୟମ ଖିଲାପ କରିଥିବା ଅଭିଯୋଗରେ ଚାଲାଣ ବାନ୍ଧିବା ନେଇ ତାଙ୍କ ମୋବାଇଲକୁ ଆସିଛି ମେସେଜ। ନିୟମ ଖିଲାପ କରିଥିବାରୁ ପୁରନ ପୂଜାରୀଙ୍କୁ ନିଜ ଟିଭିଏସ ଏକସେଲ ବାଇକ ଉପରେ ଟ୍ରାଫିକ ନିୟମ ଖିଲାପ କରିଥିବା ଅଭିଯୋଗରେ କଳାହାଣ୍ଡି ପୋଲିସ ତରଫରୁ ଚାଲାଣ କଟାଯାଇଥିବା ନେଇ ଯେତେବେଳେ ତାଙ୍କ ମୋବାଇଲକୁ ଏହି ମେସେଜ ଆସିଛି ।
ମୋବାଇଲକୁ ଆସିଥିବା ମେସେଜ ଇଂରାଜୀରେ ଲେଖା ହୋଇଥିବାରୁ ତାହା ଜାଣି ନପାରି ସେ ଜଣେ ସମ୍ପର୍କୀୟଙ୍କୁ ଦେଖାଇଥିଲେ ଏବଂ ଯୁବକଙ୍କ ଠାରୁ ଫାଇନ ବାବଦରେ ଜାଣିବାକୁ ପାଇଥିଲେ। ଯାହାକୁ ନେଇ ଚକିତ ହୋଇଯାଇଥିଲେ ପୁରନ। କାରଣ ଯେଉଁ ଦିନର ଚାଲାଣ ତାଙ୍କ ନିକଟକୁ ଆସିଛି ସେ ସେହି ଦିନ ନିଜ ଘରେ ଥିଲେ ଆଉ ତାଙ୍କ ଗାଡି ମଧ୍ୟ ତାଙ୍କ ପାଖରେ ଥିଲା। ତେବେ କଳାହାଣ୍ଡି ଯାଇ ନଥିବା ବେଳେ କାହିଁକି ଏହି ଚାଲାଣ କଟିଲା ତାହାକୁ ନେଇ ପୁରନ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ତେବେ କଳାହାଣ୍ଡି ଆରଟିଓଙ୍କ ନାଁରେ ଆସିଥିବା ଏହି ଚାଲାଣ ନମ୍ବର କେଉଁ ବାବଦକୁ କଟିଛି ସେ ବାବଦରେ ଜାଣିବା ପାଇଁ ସେ ଯେତେବେଳେ ମେସେଜଟିକୁ ଅନଲାଇନ ଆଡ୍ରେସରେ ଯାଞ୍ଚ କଲେ ଗାଡି ଚାଳକ ପୁରନ ବାଇକ ରେ ସିଟ ବେଲ୍ଟ ବାନ୍ଧି ନଥିବାରୁ ଏକ ହଜାର ଟଙ୍କା ଚାଲାଣ କଟିଥିବା ଲେଖାଯାଇଥିଲା।
ସୂଚନାଯୋଗ୍ୟ, ନୂଆ ମୋଟର ଯାନ ନିୟମ ଅନୁଯାୟୀ ହେଲମେଟ, ସିଟ ବେଲ୍ଟ ବାନ୍ଧି ନ ଥିଲେ, ଗାଡି ଚଲାଇବା ବେଳେ ଫୋନରେ କଥା ହେଉଥିଲେ, ନାବାଳକ ଗାଡି ଚାଳନା କରୁଥିଲେ ଏବଂ ତ୍ରୁଟି ପୂର୍ଣ୍ଣ ତଥା ଦ୍ରୁତ ଗତିରେ ଗାଡି ଚାଳନା ସହ ବାଇକରେ ତିନିରୁ ଅଧିକ ଯାତ୍ରୀ ବସିଥିଲେ ପୋଲିସ ସେମାନଙ୍କଠୁ ଫାଇନ ଆଦାୟ ସହ ଚାଲାଣ କଟୁଛି । ଯାହାକୁ ନେଇ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
Comments are closed.