ଉତ୍ସର୍ଗୀକୃତ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ: ଅଭୟ

ଭୁବନେଶ୍ବର: ସୋମବାର ଓଡ଼ିଶାର ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିବେ ଅଭୟ। ଆଜି ଜାତୀୟ ପୋଲିସ ଏକାଡେମୀରେ ଅଭୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନା ଅବସରରେ ଅଭୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାର ଡିଜି ପଦରେ ନିଯୁକ୍ତିକୁ ମୁ୍ଁ ବିନୟର ସହ ସ୍ବୀକାର କରୁଛି। ଓଡ଼ିଶାବାସୀଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଅଭୟ କହିଛନ୍ତି।
ସୂଚନା ଅନୁସାରେ ରାଜ୍ୟ ପୁଲିସର ନୂଆ ମହାନିର୍ଦ୍ଦେଶକ ଭାବେ ଡିସେମ୍ବର ୯ ତାରିଖରେ ଯୋଗଦେବେ ବରିଷ୍ଠ ଆଇପିଏସ୍ ଅଫିସର ଅଭୟ। ୧୯୮୬ ବ୍ୟାଚର ଆଇପିଏସ୍ ଅଫିସର ଅଭୟ ଏବେ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ ଏକାଡେମିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୮ ଜାନୁଆରି ୨ ତାରିଖରୁ ଅଭୟ ଜାତୀୟ ପୁଲିସ ଏକାଡେମିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ପୁଲିସ ବିଭାଗର ଡିଜି ଦାୟିତ୍ବରେ ଥିବା ବରିଷ୍ଠ ଆଇପିଏସ୍ ଅଫିସର ଡକ୍ଟର ସତ୍ୟଜିତ ମହାନ୍ତିଙ୍କ ବଦଳରେ ଅଭୟ ନୂଆ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବେ। ସୂଚନା ମୁତାବକ ସୋମବାର ଦିନ କଟକ ବକ୍ସିବଜାର ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
Comments are closed.