ଟପ-୧୦ ଥାନା ତାଲିକାରେ ଓଡିଶାର ନାଁ ନାହିଁ
![](https://www.odishalink.com/wp-content/uploads/2019/12/cpo.jpg)
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ମହିଳାମାନେ ଦୁଷ୍କର୍ମ ତଥା ହତ୍ୟାର ଶିକାର ହେଉଛନ୍ତି। ଏନେଇ ଜନ ସାଧାରଣ ପୁଲିସ ପ୍ରଶାସନର ସୁରକ୍ଷା ପ୍ରଦାନରେ ବିଫଳତା ଉପରେ ପ୍ରଶ୍ନ ଉଠାଇଥିବାବେଳେ ଗୃହ ମନ୍ତ୍ରାଳୟ ଜାରି କରିଛି ଦେଶର ସର୍ବଶ୍ରେଷ୍ଠ ୧୦ଟି ପୁଲିସ ଥାନାର ତାଲିକା। ଏହି ତାଲିକାରେ ଓଡ଼ିଶାର କୌଣସି ଗୋଟିଏ ବି ଥାନାକୁ ସ୍ଥାନ ଦିଆଯାଇ ନାହିଁ। ଦେଶର ସବୁଠାରୁ ଭଲ କାମ କରୁଥିବା ପୁଲିସ ଥାନା ତାଲିକାରେ ଥିବା ଥାନାର ନାମ ହେଉଛି ଅବେରଦିନ।| ଏହି ଥାନାଟି ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ କେନ୍ଦ୍ର ଶାସିତ ଅଂଚଳରେ ରହିଛି। ସର୍ବଶ୍ରେଷ୍ଠ ଥାନାକୁ ରାଜ୍ୟ ଭାବରେ ବିଭକ୍ତିକରଣ କଲେ ଦ୍ଵିତୀୟ ସ୍ଥାନରେ ଗୁଜୁରାଟ, ତୃତୀୟରେ ମଧ୍ୟପ୍ରଦେଶ, ଚତୁର୍ଥରେ ତାମିଲନାଡୁ, ପଂଚମରେ ଅରୁଣାଚଳ ପ୍ରଦେଶ, ଷଷ୍ଠ ସ୍ଥାନରେ ଦିଲ୍ଲୀ ରହିଛି। ସେହିପରି ସପ୍ତମ ସ୍ଥାନରେ ରାଜସ୍ଥାନ, ଅଷ୍ଟମ ସ୍ଥାନରେ ତେଲେଙ୍ଗାନା, ନବମ ସ୍ଥାନରେ ଗୋଆ ଓ ଦଶମ ସ୍ଥାନରେ ପୁଣି ମଧ୍ୟପ୍ରଦେଶ ରହିଛି।
ଥାନାଗୁଡିକର କାର୍ଯ୍ୟକଳାପକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି ସମ୍ପତ୍ତିକୁ ନେଇ ଅପରାଧ, ମହିଳାଙ୍କ ବିରୋଧରେ ଅପରାଧ, ସମାଜରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ବ୍ୟକ୍ତିଙ୍କ ବିରୋଧରେ ହେଉଥିବା ଅପରାଧ ଯେଉଁ ଥାନାରେ କମ ଭାବରେ ମିଳିଛି ସେହି ଥାନାକୁ ଶ୍ରେଷ୍ଠ ଥାନା ଭାବେ ବିଚାର କରାଯାଇଛି।
Comments are closed.