ବିଦେଶରୁ ଆସିବ ପିଆଜ !
ନୂଆଦିଲ୍ଲୀ : ପିଆଜକୁ କାଟିବା ସମୟରେ ଲୋକମାନେ ସାମାନ୍ୟତ କାନ୍ଦିଥାନ୍ତି କିନ୍ତୁ ବର୍ତ୍ତମାନ ପିଆଜ କିଣିପାଇଁ କାନ୍ଦୁଛନ୍ତି । ବର୍ଷା ଯୋଗୁ ପିଆଜ ଉତ୍ପାଦନକାରୀ ରାଜ୍ୟଗୁଡିକରେ ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ଏହାର ଦାମ ପଢ଼ି ଯାଇଛି । ଭାରତର ରାଜଧାନୀ ଦିଲ୍ଲୀରେ ପିଆଜ ଦର ୧୧୦ ଟଙ୍କା ଟପିଛି। ତାସହ ଦେଶର ଅନେକ ଯାଗାରେ ପିଆଜର ଦର ଅଧିକ ରହିଛି ।
ପିଆଜର ଚାହିଦା ପୂରଣ ଏବଂ ଦରବୃଦ୍ଧିକୁ ରୋକିବା ପାଇଁ ରାଷ୍ଟ୍ରାୟତ୍ତ ଟ୍ରେଡିଂ କମ୍ପାନୀ ଏମଏମ୍ଟିସି ବିଦେଶରୁ ପିଆଜ ଆମଦାନୀ କରୁଛି। ଏହା ଜାନୁୟାରୀ ୨୦ ସୁଦ୍ଧା ଭାରତରେ ପହଞ୍ଚିବ। ସରକାରଙ୍କ ନିକଟରେ ରହିଥିବା ବଫର ଷ୍ଟକରୁ ପିଆଜ ଯୋଗାଣ ହେଉଛି। ପିଆଜର ଦରବୃଦ୍ଧିକୁ ରୋକିବା ଲାଗି ଏମଏମ୍ଟିସି ଏଭଳି ପଦକ୍ଷେପ ଗ୍ରହଣ କରୁଥିବା କେନ୍ଦ୍ର ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦାନଭେ ରାଓସାହେବ ଦାଦାରାଓ କହିଛନ୍ତି।
Comments are closed.