ଦୋଷୀଙ୍କୁ ଗୁଳିକରି ମାରି ଦିଆଯାଉ : ଉନ୍ନାଓ ପୀଡ଼ିତାଙ୍କ ବାପା

ନୂଆଦିଲ୍ଲୀ: ଗତକାଲି ‘ଦିଶା’ ଗଣବଳାତ୍କାର ଘଟଣାରେ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିବା ଘଟଣାରେ ଦିଶାଙ୍କୁ ନ୍ୟାୟ ମିଳିଲା ବୋଲି ଦେଶବ୍ୟାପୀ ଚର୍ଚ୍ଚା ହୋଇଥିବା ବେଳେ ଗତ ରାତିରେ ହିଁ ଉନ୍ନାଓ ପୀଡ଼ିତା ଆଖିବୁଜିଲେ ଯାହା ପୁଣି ଥରେ ଦେଶବାସୀଙ୍କୁ ଦୁଃଖିତ କରିଛି। ଏନେଇ ଦିଶାଙ୍କ ଭଳି ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସବୁ ସ୍ତରରେ ଦାବି ହେଉଥିବା ବେଳେ ଉନ୍ନାଓ ପୀଡ଼ିତାଙ୍କ ବାପା ଅଭିଯୁକ୍ତମାନଙ୍କୁ ଗୁଳି କରି ମାରିଦେବାକୁ ଦାବି କରିଛନ୍ତି।
ଏହି ଘଟଣା ପାଇଁ ପୀଡ଼ିତାଙ୍କ ବାପା ପୁଲିସ ଓ ପ୍ରଶାସନକୁ ଦାୟୀ କରିଛନ୍ତି। ତାଙ୍କ ଝିଅ ସହିତ ଯେଉଁମାନେ ଏଭଳି କାଣ୍ଡ କରିଛନ୍ତି ସେମାନଙ୍କୁ ଦଉଡ଼ାଇ ଦଉଡ଼ାଇ ମାରି ଦିଆଯାଉ ବୋଲି ଯୋଗୀ ସରକାର ନିକଟରେ ଦାବି କରିଛନ୍ତି। ହାଇଦ୍ରାବାଦରେ ଦିଶାଙ୍କ ଅଭିଯୁକ୍ତମାନଙ୍କୁ ଯେପରି ମାରି ଦିଆଗଲା ଠିକ୍ ସେହିପରି ମୋ ଝିଅ ମାମଲାରେ ଅଭିଯୁକ୍ତମାନଙ୍କୁ ମାରି ଦିଆଯାଉ ନଚେତ୍ ଅଭିଯୁକ୍ତମାନଙ୍କୁ ଫାଶୀରେ ଝୁଲାଇ ଦିଆଯାଉ ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି। ସମସ୍ତ ୫ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବା ପରେ ହିଁ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ ବୋଲି ସେ କହିଛନ୍ତି।
Comments are closed.