Odisha Link
Bridging the Missing Links in Odisha

ନାରୀ ସୁରକ୍ଷାରେ ଖିଲାପ କଲେ ଦଣ୍ଡିତ ହେବେ ପୁଲିସ

ଭୁବନେଶ୍ୱର: ରାଜ୍ୟ ନୁହେଁ, ସାରା ଦେଶରେ ଏବେ ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ହଇଚଇ ସୃଷ୍ଟି ହୋଇଛି। ମହିଳା ଓ ବାଳିକାମାନଙ୍କ ପ୍ରତି ସବୁଠି ବଢିଚାଲିଛି ନିର୍ଯାତନା। କେଉଁଠି ଦୁଷର୍ମ ତ କେଉଁଠି ଅପହରଣ। କେଉଁଠି କମେଣ୍ଟ ତ କେଉଁଠି ଅଶ୍ଳୀଳ ଇଙ୍ଗିତ। ସବୁ ଦିନ ଏଭଳି ଘଟଣାମାନ ଘଟିଚାଲିଛି। ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବମାନଙ୍କୁ ସ୍ୱରାଷ୍ଟ୍ର ସଚିବ ଚିଠି କରି କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱରାଷ୍ଟ୍ର ସଚିବ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମହିଳା ଓ ବାଳିମାନଙ୍କୁ ସୁରକ୍ଷା ଦେବା ସରକାରଙ୍କ ପ୍ରଥମିକତା। ଏନେଇ ସରକାର ଆଇନରେ କୋଠର ଦଣ୍ଡର ବ୍ୟବସ୍ଥା କରିଛନ୍ତି। ପୁଲିସକୁ ଅଧିକ ସକ୍ରିୟ ହୋଇ କାମ କରିବାକୁ କ୍ଷମତା ଦିଆଯାଇଛି। ଏ ଦିଗରେ ପୁଲିସ ନିଜର କର୍ତ୍ତବ୍ୟ ଠିକ ଢଙ୍ଗରେ କରିବା ଉଚିତ। ତେବେ ଯଦି କେହି ପୁଲିସ କର୍ମଚାରୀ ନାରୀ ସୁରକ୍ଷାରେ କ୍ଷିଲାପ କରନ୍ତି ତେବେ ସେମାନେ ଦଣ୍ଡିତ ହେବେ ବୋଲି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବମାନଙ୍କୁ ସ୍ୱରାଷ୍ଟ୍ର ସଚିବ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

Comments are closed.