ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବ ଉଚ୍ଛେଦ

ଭୁବନେଶ୍ବର: ପୁରୀ ପରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ମନ୍ଦିରର ଚତୁଃପାର୍ଶ୍ବରେ ଲାଗି ରହିଥିବା ଉଠା ଦୋକାନକୁ ଆଜି ଉଚ୍ଛେଦ କରାଯାଉଛି। ସିଂହଦ୍ବାରରୁ ସବ୍ଷ୍ଟେସନ୍ ପର୍ଯ୍ୟନ୍ତ ଥିବା ଉଠା ଦୋକାନଗୁଡିକୁ ଉଚ୍ଛେଦ ଯାଉଛି। ପ୍ରଥମେ ପର୍ଯ୍ୟାୟରେ ସିଂହଦ୍ବାରରୁ ଭଜନ ମଣ୍ଡପ ଯାଏ ଥିବା ଦୋକାନଗୁଡିକୁ ଉଚ୍ଛେଦ କରାଯିବ। ଏହି ଉଚ୍ଛେଦ ପ୍ରକିୟାକୁ ନେଇ ସ୍ଥାନୀୟ ଲୋକମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ପୂର୍ବରୁ ପ୍ରଶାସନ ତରଫରୁ ଉଚ୍ଛେଦ ସମ୍ପର୍କରେ ସୂଚନା ଦିଆଯାଇଥିଲା ବୋଲି ପ୍ରଶାସନ ତରଫରୁ କୁହାଯାଇଥିଲା କିନ୍ତୁ ଲୋକମାନଙ୍କୁ ଥଇଥାନ ନ କରି ଏପରି ଦୋକାନ ଗୁଡିକୁ ତରବରିଆ ଭାବେ ଉଚ୍ଛେଦ କରିବାକୁ ନେଇ ଲୋକମାନେ ଅସନ୍ତୋଷ ଜାହିର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିର ନିକଟରେ ଥିବା ସବୁ ସରକାରୀ ଜମି ଜବରଦଖଲମୁକ୍ତ କରାଯିବା ନେଇ ଶନିବାର ବିଡିଏ, ବିଏମ୍ସି ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଥିଲା। ଏଥିରେ ରାସ୍ତା କଡ଼ରେ ଜବର ଦଖଲ କରିଥିବା ଦୋକାନୀ ଉଠିଯିବାକୁ ଘୋଷଣା କରାଯାଇଥିଲା। ଆଜି ଶତାଧିକ ଅସ୍ଥାୟୀ ଦୋକାନ ବ୍ୟବସାୟୀ ନିଜର ଦୋକନକୁ ଉଠାଇ ଦେଇଛନ୍ତି। ଏନେଇ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, କୌଣସି ସ୍ଥାୟୀ ଦୋକାନ କିମ୍ବା କୋଠାକୁ ଭଙ୍ଗା ଯିବ ନାହିଁ। ଯାହା ବେଆଇନ ନିର୍ମାଣ ଥିବ ତାକୁ ଭଙ୍ଗାଯିବ।
Comments are closed.