ଦୁଷ୍କର୍ମ ଉଦ୍ୟମରେ ବିଫଳ ହୋଇ ଯୁବତୀଙ୍କୁ ଜାଳି ଦେଲେ
ମୁଜଫରପୁର: ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବାରୁ ଜଣେ ଯୁବତୀଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଶରୀରର ପ୍ରାୟତଃ ୫୦ ପ୍ରତିଶତ ଜଳି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।ବିହାରର ମୁଜଫରପୁର ଜିଲାର ନଜୀରପୁର ଗାଁରେ ଜଣେ ବ୍ୟକ୍ତି ପଡୋଶୀରେ ରହୁଥିବା ୨୩ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଯୁବତୀ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ହତ୍ୟା କରିବାକୁ ବାରମ୍ବାର ଉଦ୍ୟମ କରିଥିଲା। ପରେ କିରୋସିନି ଢାଳି ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା ଏପର୍ଯ୍ୟନ୍ତ ପୀଡିତାଙ୍କ ବୟାନ ମିଳିପାରି ନାହିଁ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ବିହାରର ବକ୍ସର ଓ ସମସ୍ତୀପୁର ଜିଲାରେ ଦୁଇ ଜଣ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଥିଲା। କେହି ଦୁର୍ବୃତ୍ତ ବଳାତ୍କାର ପରେ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଜାଳିଥିବା ସନ୍ଦେହ କରାଯାଉଥିଲା। ସେହିପରି ଅହିୟାପୁର ଥାନା ଅନ୍ତର୍ଗତ ଅନ୍ୟ ଏକ ଗାଁରେ ଜଣେ ୮ ବର୍ଷୀୟ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ନାବାଳିକାର ଅଜା ତାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
Comments are closed.