ଚନ୍ଦ୍ରଯାନ-୩ ପାଇଁ କେତ ଟଙ୍କା ମାଗିଲା ଇସ୍ରୋ ଜାଣନ୍ତୁ…

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ ର ହାର୍ଡ ଲ୍ୟାଣ୍ଡିଙ୍ଗ ଯୋଗୁଁ ଶତ ପ୍ରତିଶତ ସଫଳତା ମିଳିପାରିନଥିଲା। ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଏବେ ଚନ୍ଦ୍ରଯାନ-୩ର ପ୍ରସ୍ତୁତି ଆରମ୍ଭ କରୁଛି। ଏହି ମିଶନ ପାଇଁ ଇସ୍ରୋ ମୋଟ୍ ୬୬୬ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କୁ ୭୫ କୋଟି ଟଙ୍କା ମାଗିଛି। ଏଥିରୁ ୬୦ କୋଟି ଟଙ୍କା ଯନ୍ତ୍ରପାତି, ବିଭିନ୍ନ ଉପକରଣ ଏବଂ ଅନ୍ୟ କିଛି କାମରେ ଖର୍ଚ୍ଚ କରାଯିବ। ଏହା ସହିତ ବାକି ୧୫ କୋଟି ଟଙ୍କା ରାଜସ୍ୱ ବ୍ୟୟ ଭିତ୍ତିରେ କେନ୍ଦ୍ର ସରକାରଙ୍କୁ ମଗା ଯାଇଛି। ସୂଚନା ଅନୁସାରେ, ଚନ୍ଦ୍ରଯାନ-୩କୁ ୨୦୨୦ ନଭେମ୍ବରରେ ଉତ୍କ୍ଷେପଣ କରିବାକୁ ଇସ୍ରୋ ଯୋଜନା ରଖିଛି।
Comments are closed.