Odisha Link
Bridging the Missing Links in Odisha

‘ଏଇଠି ପାଟିତୁଣ୍ଡ, ଲୋକସଭାରେ ଚୁପ୍’

ଭୁବନେଶ୍ୱର: ଆଜି ଲୋକସଭାରେ ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ସମର୍ଥନ ଜଣାଇଛି ବିଜୁ ଜନତା ଦଳ। ବିଲକୁ ବିଜେଡିର ସମର୍ଥନକୁ ନେଇ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ଉଭୟ ବିଜେଡି ଓ ବିଜେପିକୁ କଟାକ୍ଷ କରିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଆତ୍ମରକ୍ଷା ପାଇଁ ବିଜେଡି ଏହି ବିଲକୁ ସମର୍ଥନ କରିଛି। ଅନ୍ୟପଟେ ଖଣି ଦୁର୍ନୀତି ପ୍ରସଙ୍ଗରେ ସିବିଆଇ କିଛି କଲା କି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ, ଦେଶର ଅର୍ଥନୈତିକ ସ୍ଥିତି ଉପରେ ଆଲୋଚନା ଲିଷ୍ଟରେ ନାଁ ଦେଇ ଗଲେନାହିଁ। ଏଇଠି ପାଟି କରୁଚନ୍ତି, ସଂସଦରେ କିନ୍ତୁ ଚୁପ୍। ଏହା ହିଁ ଦୁହିଁଙ୍କ ମଧ୍ୟରେ ଗଠବନ୍ଧନ। ବିଜେପି-ବିଜେଡି ଉଭୟ ସମାନ ବୋଲି କହିଛନ୍ତି ନିରଞ୍ଜନ।

ବିଜେଡି-ବିଜେପି ରାଜ୍ୟ ପାଇଁ କ୍ଷତିକାରକ। ରାଜ୍ୟ ସ୍ୱାର୍ଥ ନୁହେଁ ନିଜ ହିତ ସେମାନଙ୍କ ମୂଳ ଲକ୍ଷ୍ୟ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ନାଗରିକତା ସଂଶୋଧନ ବିଲକୁ ନେଇ କଣ କହିଛି ବିଜେଡି ପଢ଼ନ୍ତୁ।

ନାଗରିକତା ସଂଶୋଧନ ବିଲ୍: ବିଜେଡିର ସମର୍ଥନ, କହିଲା..

Comments are closed.