ପିଆଜ ଦର କମିବ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ
![](https://www.odishalink.com/wp-content/uploads/2019/12/onoin.jpg)
ଭୁବନେଶ୍ୱର: ପିଆଜ ଦର ହୁ ହୁ ବଢୁଥିବା ବେଳେ ଘରୁ ଆରମ୍ଭ କରି ହୋଟଲ ପର୍ଯ୍ୟନ୍ତ ଲୋକମାନେ ପିଆଜକୁ ନେଇ ବହୁ ହଇରାଣ ହେଉଛନ୍ତି। ଏବେ କିନ୍ତୁ ରାଜ୍ୟରେ ପିଆଜ ଦର ଚଳିତ ମାସ ଶେଷ ସୁଦ୍ଧା ନଚେତ୍ ଜାନୁଆରୀ ପହିଲାରେ କମିବ ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ପିଆଜ ଦର ନିୟନ୍ତ୍ରଣ ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବରୁ ଦୈନିକ ୫୦ ଟ୍ରକ୍ ପିଆଜ ଆସୁଥିଲା। କିନ୍ତୁ ଏବେ ଗୋଟିଏ ଟ୍ରକ୍ ପିଆଜ ଆସୁଛି। ଦେଶବ୍ୟାପୀ ଦୈନିକ ୧୨ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଆବଶ୍ୟକ ପଡୁଥିବାବେଳେ ବିଦେଶରୁ କେନ୍ଦ୍ର ସରକାର ୧ ଲକ୍ଷ ମେଟ୍ରିକ୍ ଟନ୍ ଆଣିଛନ୍ତି। ଏବେ ପିଆଜ ଜାତୀୟ ବିପର୍ଯ୍ୟୟ ପାଲଟିଲାଣି। ରାଜ୍ୟରେ ୨୬ ପ୍ରତିଶତ କମ୍ ଜମିରେ ପିଆଜ ଚାଷ ହେଉଥିବାରୁ ଏଠି ସମସ୍ୟା ଉତ୍କଟ ହେଉଛି।
Comments are closed.