ଦୁର୍ଘଟଣା କରି ଚୋରି କଲେ ପିଆଜ

ବେଙ୍ଗାଲୁରୁ : ପିଆଜର ମୂଲ୍ୟ ଏତେ ମାତ୍ରାରେ ବଢ଼ିଯାଇ ଲୋକମାନେ ତାହାକୁ ଚୋରି କରିବାକୁ ପଛଉ ନାହାନ୍ତି । ସେହିପରି ଏକ ଅଭାବନିୟ ଘଟଣା ଘଟିଯାଇଛି । ଚେନ୍ନାଇକୁ ପିଆଜ ନେଉଥିବା ସମୟରେ ଟ୍ରକଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।
ଡ୍ରାଇଭର୍ କହିବା ଅନୁସାରେ ଶୁକ୍ରବାର ପାହାନ୍ତାପହର ଆଡ଼କୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇ ନୟନଯୋଡ଼ିରେ ପଡ଼ିଯିବାକ୍ଷଣି ସ୍ଥାନୀୟ ଲୋକେ ଅଧାଅଧି ପିଆଜ ବସ୍ତା ନେଇଯାଇଛନ୍ତି । ଟ୍ରକରେ ପ୍ରାୟ ୯ ଲକ୍ଷ ଟଙ୍କା ମୂଲ୍ୟର ସମୁଦାୟ ୪୭୦୦ କିଲୋର ପିଆଜ ୮୧ଟି ବସ୍ତା ଥିଲା ।
ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ସ୍ଥାନୀୟ ଲୋକେ ପିଆଜ ଲୁଟି ନେଇଥିବା କଥା ଦୁଇ ଜଣ ଟ୍ରକ୍ ଡ୍ରାଇଭର୍ କହିଥିଲେ ଓ ସେମାନଙ୍କ ତିନିଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି।
Comments are closed.