ଆଗତ ହେଲା ନାଗରିକତା ସଂଶୋଧନ ବିଲ୍
ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଆଗତ ହୋଇଯାଇଛି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିଲ୍ କୁ ଆଗତ କରିଥିଲେ । ବିଲକୁ ବିରୋଧ କରି ସଭା ଗୃହରେ ବିିରୋଧୀ ସଦସ୍ୟଙ୍କର ହୋ ହାଲା ଆରମ୍ଭ ହୋଇଯାଇଥିଲା । ନାଗରିକତା ସଂଶୋଧନ ବିଲ୍ ଅଣସାମ୍ବିଧାନିକ କହିଲେ ବିରୋଧୀ ।
କଂଗ୍ରେସ କହିବା ଅନୁସାରେ ବିଲରେ ସଂଖ୍ୟାଲଘୁମାନଙ୍କୁ କରାଯାଉଛି । ମୁସଲିମ- ଅଣମୁସଲିମ ମାନଙ୍କୁ ଅଲଗା କରିବାକୁ ଷଡ଼ଯନ୍ତ୍ର କରାଯାଇଛି କହିଲେ ବିରୋଧୀ ସଦସ୍ୟ । କିନ୍ତୁ ସଂଖ୍ୟାଲଘୁମାନଙ୍କୁ ଆଦୌ ଟାର୍ଗେଟ କରାଯାଉନଥିବା କହିଲେ ଗୃହ ମନ୍ତ୍ରୀ ।
ଏହି ବିଲ୍ ଅନୁସାରେ – ୧୯୫୫ ବଦଳି ଯିବ ଏବଂ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବା ପ୍ରକ୍ରିୟା ସହଜ ହୋଇଯିବ ।ଆଜି ଲୋକସଭାରେ ଏହି ସଂଶୋଧନ ବିଧେୟକ ମଞ୍ଜୁରୀ ଲାଭ କଲେ, ଆସନ୍ତା କାଲି ଏହାକୁ ରାଜ୍ୟସଭାର ଅନୁମୋଦନ ପାଇଁ ଆଗତ କରାଯିବ। ବିଧାୟକକୁ ବିଜେପି, ଜନତା ଦଳ ୟୁନାଇଟେଡ଼, ଅକାଳି ଦଳ ଏବଂ ଲୋକ ଜନଶକ୍ତି ଦଳ ସମର୍ଥନ କରୁଥିବା ସମୟରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ବାମପନ୍ଥୀ ଦଳ ଏବଂ ସମାଜବାଦୀ ପାର୍ଟି ବିରୋଧ କରୁଛନ୍ତି ।
ବିରୋଧୀ କଂଗ୍ରେସ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ ବିଧେୟକଙ୍କୁ ବିରୋଧ କରି କହିଛନ୍ତି, ଦେଶର ସଂଖ୍ୟାଲଘୁଙ୍କୁ ଲକ୍ଷ୍ୟ କରି ଏହି ସଂଶୋଧନ ବିଧେୟକ ଆଗତ କରାଯାଇଛି। ସେ କହିଛନ୍ତି ଅନୁଛେଦ ୧୩ ଏବଂ ୧୪କୁ ଦୁର୍ବଳ କରିବାକୁ ବିଜେପି ଚେଷ୍ଟା କରୁଛି।
ବିଧେୟକ ଆଗତ କରି ଅମିତ ଶାହା କହିଛନ୍ତି, ନାଗରିକତା ସଂଶୋଧନ ବିଧେୟକ ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କ ବିରୋଧରେ ଯାଉନାହିଁ। କଂଗ୍ରେସକୁ ଲକ୍ଷ୍ୟ କରି ଶାହା କହିଛନ୍ତି ଯେ ସେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି ।
Comments are closed.