ଜୋଜିବିନୀ ଟୁଞ୍ଜୀ ହେଲେ ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୯
![](https://www.odishalink.com/wp-content/uploads/2019/12/Miss-universe.jpg)
ଅଟଲାଣ୍ଟା: ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୯ର ମୁକୁଟ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକାର ଜୋଜିବିନୀ ଟୁଞ୍ଜୀ। ଜୋଜିବିନୀ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀତାରେ ବିଜୟୀ ହେବା ପରେ ଜୋଜିବିନୀ ଏବଂ ସାରା ଦକ୍ଷିଣ ଆଫ୍ରିକାବାସୀ ବହୁତ ଖୁସି ଅଛନ୍ତି। ଆମେରିକାର ଅଟଲାଣ୍ଟାରେ ରବିବାର ମିସ୍ ୟୁନିଭର୍ସ-୨୦୧୯ର ଅନ୍ତିମ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗ ନେଇଥିବା ୯୦ ଦେଶର ସୁନ୍ଦରୀଙ୍କୁ ଜୋଜିବିନୀ ପଛରେ ପକାଇ ଜିତିଛନ୍ତି ବିଜେତା ମୁକୁଟ। ଜୋଜିବିନୀଙ୍କ ସହ ୨୦ ଜଣ ସୁନ୍ଦରୀ ସେମି ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଭାରତର ବର୍ତ୍ତିକା ସିଂହ ମଧ୍ୟ ଥିଲେ। ପୋର୍ଟୋରିକୋର ମାଡିସନ ଏଣ୍ଡରସନ ଏହି ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ତୃତୀୟ ସ୍ଥାନ ମେକ୍ସିକୋର ସୋଫିଆ ଆରାଗନ ଅଧିକାର କରିଛନ୍ତି।
Comments are closed.