ମୁସଲିମ୍ ସମୁଦାୟ ବିରୋଧରେ ନୁହେଁ ଏ ବିଲ୍: ଗୃହମନ୍ତ୍ରୀ

ନୂଆଦିଲ୍ଳୀ: ନାଗରିକତା ସଂଶୋଧନ ବିଲକୁ ନେଇ ରାଜ୍ୟସଭାରେ ଜାରି ରହିଛି ଆଲୋଚନା। ଗୃହରେ ବିଲ ଉପସ୍ଥାପନ କରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏହା ହେଉଛି ଏକ ଐତିହାସିକ ବିଲ୍। ଏହାଦ୍ୱାରା କୋଟି କୋଟି ଲୋକ ଲାଭରେ ରହିବେ। ବିଲ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି ପାଇଁ ଉଦ୍ୟମ ହେଉଛି ଓ ଏହାଦ୍ୱାରା ଭୋଟବ୍ୟାଙ୍କ ରାଜନୀତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଏଥିସହିତ ଗୃହମନ୍ତ୍ରୀ କହିଛନ୍ତି ଯେ, ବିଲ୍ ସଲମାନଙ୍କ ବିରୋଧରେ ନୁହେଁ।
ଆଫଗାନିସ୍ତାନ , ବାଂଲାଦେଶ ଓ ପାକିସ୍ତାନରୁ ଆସିଥିବା ଲୋକଙ୍କ ଅଧିକାରକୁ ସୁରକ୍ଷା ମିଳିବ। ସେହିଭଳି ପୂର୍ବ-ଉତର ରାଜ୍ୟରେ ହିତର ସୁରକ୍ଷା ହୋଇପାରିବ। ବିଲକୁ ରାଜ୍ୟସଭାରେ କଂଗ୍ରେସ ନେତା ଆନନ୍ଦ ଶର୍ମା ବିରୋଧ କରିଥିଲେ। ନାଗରିକତା ସଂଶୋଧନ ବିଲ ଲୋକସଭାରେ ଗୃହୀତ ହୋଇସାରିଛି। ରାଜ୍ୟସଭାରେ ୬ ଘଂଟା ଆଲୋଚନା ପରେ ଭୋଟିଂ ହେବ।
Comments are closed.