ଧାନ ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ସିନ୍ଦୁରପୁର ଗାଁର ମନୋଜ ଭୋଇଙ୍କ ଧାନ ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ ହୋଇଯାଇଛି। ପୋଡି ଯାଇଥିବା ଧାନର ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି।
ମିଳିଥିବା ସୂଚନା ଅନୁସାରେ ଚାଷୀ ମନୋଜ ଭୋଇ ନିଜର ୭ ଏକର ଜମିରେ ଧାନ ଚାଷ କରିଥିଲେ। ଅମଳ ହେବାପରେ ଧାନ କାଟି ଖଳାରେ ରଖିଥିଲେ। ଖଳାରେ ଥିବା ୬ଟି ଗଦାରେ ନିଆଁ ଲାଗିଯାଇଥିଲା। ମନୋଜଙ୍କ ବର୍ଷକର ଝାଳବୁହା ପରିଶ୍ରମ ନିଆଁରେ ପୋଡି ପାଉଁଶ ହୋଇଯାଇଛି। କେହି ଦୁର୍ବୃତ୍ତ ଧାନଗଦାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ମନୋଜ। କଣ୍ଟାମାଲ ଓ ସୋନପୁର ଦମକଳ ବାହିନୀ ର ମିଳିତ ଉଦ୍ୟମରେ ନିଆଁ ଆୟତ୍ତ କରାଯାଇଛି। ଏହି ଘଟଣା ପରେ ପରିବାରର ଭରଣପୋଷଣ କିଭଳି ହେବ ସେ ନେଇ ଚିନ୍ତାରେ ପଡିଛନ୍ତି କ୍ଷତିଗ୍ରସ୍ତ ଚାଷୀ। ଅଗ୍ନିକାଣ୍ଡ ଘଟାଇଥିବା ଦୁର୍ବୃତ୍ତକୁ ଧରିବା ସହ କ୍ଷତିପୂରଣ ପାଇଁ ସରକାରୀ ସହାୟତା ଦେବାକୁ ଦାବିକରିଛନ୍ତି।କଣ୍ଟାମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.