ଆଜି ଭଙ୍ଗା ହେବନି ଏମଏଲଏ କ୍ୱାଟର୍ସ

ଭୁବନେଶ୍ବର: ଆଜି ଠାରୁ ଭଙ୍ଗାଯିବାକୁ ଥିବା ବିଧାନସଭାର ପୁରୁଣା ଏମଏଲଏ କ୍ୱାଟର୍ସଗୁଡିକୁ ଆଜି ଭଙ୍ଗା ହେବନି। ଜିନିଷପତ୍ର ସ୍ଥାନାନ୍ତରଣ କରାଯାଇ ନଥିବାରୁ ଏହି କ୍ୱାଟର୍ସ ଗୁଡିକୁ ଭଙ୍ଗା ଯିବ ନାହିଁ। ପ୍ରାଥମିକ ପର୍ଯ୍ୟାୟରେ ୪୨ଟି ପୁରୁଣା ଏଫ୍ ଓ ଆର୍ ଟାଇପ୍ ଏମ୍ଏଲଏ କ୍ୱାଟର୍ସ ଭଙ୍ଗା ଯାଇ ସେହି ସ୍ଥାନରେ ନିର୍ମାଣ ହେବ ୯ ଓ ୧୦ ମହଲା ବିଶିଷ୍ଟ ଫ୍ଲାଟ୍। ନୂତନ ବିଧାୟକ କଲୋନିରେ ପ୍ରତ୍ୟେକ ବିଧାୟକଙ୍କୁ ୭ଟି କୋଠରୀ ବିଶିଷ୍ଟ ଘର ଯୋଗାଇ ଦିଆଯିବ। ଏଥିସହ ନିର୍ମାଣ ହେବାକୁ ଥିବା ୧୫୦ଟି କ୍ବାର୍ଟର୍ସରୁ ୧୦୫ଟି ବିଧାୟକମାନଙ୍କ ରହଣି ପାଇଁ ଯୋଗାଇ ଦିଆଯିବ ଏବଂ ବାକି କ୍ବାର୍ଟର୍ସକୁ ଅତିଥିମାନଙ୍କ ପାଇଁ ସଂରକ୍ଷଣ ରଖାଯିବ।
ନୂତନ ବିଧାୟକ କଲୋନିରେ ପାର୍କିଂ ସୁବିଧା ସହିତ ସନ୍ତରଣାଗାର, ଆମୋଦ ବିନୋଦନ ହଲ୍, ଜିମ୍ ଆଦି ରଖିବାକୁ ନିଷ୍ପତ୍ତି ହୋଇଛି। ବର୍ଷକ ଭିତରେ ନୂତନ ବିଧାୟକ କଲୋନି ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି । ସବୁ ବ୍ଲକର ଅଣ୍ଡର୍ ଗ୍ରାଉଣ୍ଡରେ ସୁଇମିଂ ପୁଲ୍, ଜିମ୍, କାର୍ ପାର୍କିଂ, ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ କକ୍ଷ କରାଯିବ। ଉପର ମହଲାରେ ବିଧାୟକମାନଙ୍କ ପାଇଁ ଫ୍ଲାଟ୍ ନିର୍ମାଣ କରାଯିବ। ଏଥିସହ ଟେନିସ୍ କୋର୍ଟ ଓ ବ୍ୟାଡ ମିଣ୍ଟନ ଖେଳିବା ପାଇଁ ମଧ୍ୟ ସୁବିଧା ଉପଲବ୍ଧ କରାଯିବ ବୋଲି ବାଚସ୍ପତି କହିଛନ୍ତି। ଏଥିପାଇଁ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକସନ୍ ନିଗମ ଲମିଟେଡ଼ (ଓବିସିସି)କୁ ଦାୟିତ୍ବ ଦିଆଯାଇଛି।
Comments are closed.