Odisha Link
Bridging the Missing Links in Odisha

RISAT-2BR1 ସାଟେଲାଇଟ୍‌ ଉତକ୍ଷେପଣ

ଶ୍ରୀହରିକୋଟା: ଇସ୍ରୋ ପକ୍ଷରୁ ପିଏସଏଲଭି-ସି୪୮ର ଉତକ୍ଷେପଣ କରାଯାଇଛି । ପିଏସଏଲଭି-ସି୪୮ ଜରିଆରେ ରିସାଟ-୨ ବିଆର୧ ସାଟେଲାଇଟର ଉତକ୍ଷେପଣ କରାଯାଇଛି। ରିସାଟ-୨ ବିଆର୧ ହେଉଛି ରାଡାର ଇମେଜିଂ ସାଟେଲାଇଟ ସିରିଜର ଚତୁର୍ଥ ଉପଗ୍ରହ । ଏହା ପୃଥିବୀ ପୃଷ୍ଠରୁ ୫୭୬ କିମି ଉଚ୍ଚତାରେ ଅବସ୍ଥାପିତ ହେବ । ପିଏସଏଲଭି-ସି୪୮ରେ ଆମେରିକା, ଇଟାଲୀ ଓ ଇସ୍ରାଏଲର ସାଟେଲାଇଟ ବି ରହିଛି । ପିଏସଏଲଭି-ସି୪୮ରେ ରିସାଟ-୨ ବିଆର୧ ମୋଟ ୯ଟି ବିଦେଶୀ ସାଟେଲାଇଟ ରହିଛି ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ ଆର୍‌ଆଇ-ସାଟ୍‌- ୨ବିଆର୍‌୧କୁ ମହାକାଶକୁ ଉତ୍‌କ୍ଷେପଣ କରିଛି। ନିର୍ଦ୍ଧାରିତ ସମୟ ଅପରାହ୍ନ ୩ଟା ୨୫ ମିନିଟରେ ଏହି ଉପଗ୍ରହକୁ ମହାକାଶକୁ ଛାଡ଼ିଛି ଇସ୍ରୋ। ପିଏସ୍‌ଏଲ୍‌ଭିର ଏହା ୫୦ତମ ଉତ୍‌କ୍ଷେପଣ। ଏହି ଆର୍‌ଆଇ-ସାଟ୍‌- ୨ବିଆର୍‌୧ ମହାକାଶରେ ରହି ଦେଶ ପାଇଁ ଗୁଇନ୍ଦା ଭାବେ କାମ କରିବ। ଏହା ପୂର୍ବରୁ ନଭେମ୍ୱର ୨୭ରେ ଇସ୍ରୋ କାର୍ଟୋସାଟ୍-୩ ଗୁଇନ୍ଦା ଉପଗ୍ରହକୁ ମହାକାଶକୁ ଛାଡ଼ିଥିଲା।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀସ୍‌ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଗୁଇନ୍ଦା ଉପଗ୍ରହ ଆର୍‌ଆଇ-ସାଟ୍‌- ୨ବିଆର୍‌୧ର ଉତକ୍ଷେପଣ ହୋଇଛି। ଇସ୍ରୋ ପକ୍ଷରୁ ମହାକାଶକୁ ପଠାଯାଇଥିବା ଆର୍‌ଆଇ-ସାଟ୍‌- ୨ବିଆର୍‌୧ ହେବ ଦେଶର ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ। ଏହି ଉପଗ୍ରହ ପଡୋଶୀ ଦେଶର ଗତିବିଧି ଏବଂ ସୀମାରେ ଅନୁପ୍ରବେଶକାରୀଙ୍କ ବାବଦରେ ଭାରତୀୟ ସେନାକୁ ସୂଚନା ଦେବ।

Comments are closed.