Odisha Link
Bridging the Missing Links in Odisha

ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଆତ୍ମରକ୍ଷା ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଆଜିର ସମାଜ ଦିନକୁ ଦିନ ମହିଳାଙ୍କ ପାଇଁ ଅସୁରିକ୍ଷିତ ହୋଇଗଲାଣି। ଛୋଟ ବୟସର ପିଲା ଠାରୁ ଆରମ୍ଭ କରି ବିଭିନ୍ନ କର୍ମସଂସ୍ଥାରେ କାମ କରୁଥିବା ମହିଳା ପ୍ରତି ଘଟୁଥିବା ଅପରାଧକୁ ଦୃଷ୍ଟିରେ ରଖି ରାଜ୍ୟର ଏକ ନମ୍ବର ଦକ୍ଷତା ବିକାଶ ପ୍ରଶିକ୍ଷଣ ସଂସ୍ଥା ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଲୁମ୍ବିନ ବିହାର ସ୍ଥିତ ନିଜ ଅନୁଷ୍ଠାନ ପରିସରରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏକ ଆତ୍ମରକ୍ଷା ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ କରାଯାଇଛି। ମାର୍ସଲ ଆର୍ଟରେ ପାଇଁ ଦୀର୍ଘ ଦିନ ପାଇଁ କାମ କରୁଥିବା “ଏଭି ମାର୍ସଲଅ ଆର୍ଟ” ନାମକ ସଂସ୍କାର ସହ ମିଳିତ ସହଯୋଗରେ ଅନୁଷ୍ଠାନରର ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ କାର୍ଯକ୍ରମକୁ ସଫଳ କରିଥିଲେ।ଏହି ଆତ୍ମରକ୍ଷା ପ୍ରଶିକ୍ଷଣ କର୍ମଶାଳାରେ ଏଭି ମାର୍ସଲଅ ଆର୍ଟ ର ମୁଖ୍ୟ ଟ୍ରେନର ସଂଜୟ ସିଂହ ଛାତ୍ରୀମାନଙ୍କୁ ନିଜକୁ କିପରି ବିପରୀତ ସ୍ଥିତିକୁ କିପରି ମୁକାବିଲା କରିପାରିବେ ସେହି ବିଷୟରେ ଟ୍ରେନିଙ୍ଗ୍ ଦେଇିଥିଲେ। ଏହି ଆତ୍ମରକ୍ଷା କର୍ମଶାଳା ମୁଖ୍ୟ ଲକ୍ଷ୍ୟ ଥିଲା ବିନା କାହା ସହାୟତାରେ ମହିଳାମାନେ ନିଜକୁ କିପରି ରକ୍ଷା କରିପାରିବେ। ମାର୍ସଲ ଆର୍ଟର ବିଭିନ୍ନ କଳା କୌଶଳ ସହାୟତାରେ ନିଜକୁ ଅସାମାଜିକ ଲୋକଙ୍କ ଠାରୁ କିପରି ଭାବରେ ମୁକାବିଲା କରିବା। ପ୍ରଶିକ୍ଷଣ ସଂସ୍ଥାର ବିଭିନ୍ନ ଅଧିକାରୀ ଏବଂ ଲୋକସମ୍ପର୍କ ଅଧିକାରୀ ଦିପକ କୁମାର ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସୁପରିଚାଳନ କରିଥିଲେ ।

Comments are closed.