‘ମେକ୍ ଇନ୍ ଇଣ୍ଡିଆ’ ନୁହେଁ ‘ରେପ୍ ଇନ୍ ଇଣ୍ଡିଆ’ କହିଲେ ରାହୁଲ, ଲୋକସଭାରେ ଝଡ଼
ନୂଆଦିଲ୍ଲୀ: ଗତକାଲି ଝାଡ଼ଖଣ୍ଡରେ ଏକ ନିର୍ବାଚନୀ ସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କେନ୍ଦ୍ର ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’କୁ ‘ରେପ୍ ଇନ୍ ଇଣ୍ଡିଆ’ କହି ସମାଲୋଚନା କରିଥିଲେ।
ରାହୁଲଙ୍କ ଏଭଳି ମନ୍ତବ୍ୟକୁ ନେଇ ଆଜି ସଂସଦର ଉଭୟ ଗୃହରେ ଝଡ଼ ଦେଖିବାକୁ ମିଳିଛି। ଲୋକସଭାରେ ରାହୁଲ ଗାନ୍ଧିଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି। ବିଜେପି ସାଂସଦ ସ୍ମୃତି ଇରାନୀ ଲୋକସଭାରେ କହିଛନ୍ତି ଯେ, ମହିଳାଙ୍କ ସମ୍ପର୍କରେ ରାହୁଲ କୁତ୍ସିିତ ମନ୍ତବ୍ୟ ଦେଇଛନ୍ତି। ମହିଳାଙ୍କ ଚରିତ୍ରକୁ ନେଇ ରାହୁଲଙ୍କ ଏଭଳି ମନ୍ତବ୍ୟ ଅକ୍ଷମଣୀୟ। ରାଜ୍ୟସଭାରେ ମଧ୍ୟ ରାହୁଲଙ୍କ ମନ୍ତବ୍ୟ ପ୍ରସଙ୍ଗ ଉଠିଲା। ରାହୁଲ ଗାନ୍ଧୀ ରାଜ୍ୟସଭା ସଦସ୍ୟ ହୋଇନଥିବାରୁ ଗୃହରେ ଏହି ପ୍ରସଙ୍ଗ ନଉଠାଇବା ପାଇଁ କହିଲେ ଅଧ୍ୟକ୍ଷ।
#WATCH BJP MP Locket Chatterjee in Lok Sabha on Rahul Gandhi's rape in India' remark: Modi ji said 'Make in India' but Rahul ji said 'rape in India', he is welcoming everybody that come and rape us..this is an insult to Indian women and to Bharat Mata. pic.twitter.com/nvBa9Bhwvj
— ANI (@ANI) December 13, 2019
ଦେଶର ଇତିହାସରେ ପ୍ରଥମ ଥର ପାଇଁ ଜଣେ ନେତା ଦେଶର ମହିଳାଙ୍କୁ ଦୁଷ୍କର୍ମ କରିବା ପାଇଁ ଆହ୍ୱାନ କରିଛନ୍ତି ବୋଲି ଆମେଠି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ। ଏହାକୁ ସମର୍ଥନ କରି ଶାସକ ଦଳର ମହିଳା ସାଂସଦ ମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ଏମିତିକି ଏଭଳି ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧିଙ୍କୁ ଦଣ୍ଡିତ କରାଯାଉ ବୋଲି ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଦାବି କରିଥିଲେ ଶାସକ ଦଳର ମହିଳା ସାଂସଦମାନେ। ତେବେ ଏହି ସମୟରେ ବିରୋଧୀ ଦଳର ମହିଳା ସାଂସଦ ମାନେ ନିରବ ରହି ନିଜ ନିଜ ଆସନରେ ବସିଥିବା ଦେଖିବାକୁ ମିଳିଛି।
Comments are closed.