Odisha Link
Bridging the Missing Links in Odisha

ଟାଇଲ୍‌ ଲଗାଇ ଯୋଜନା ନାଁ ପରିବର୍ତ୍ତନ : ବିଜେପି

ଭୁବନେଶ୍ବର: ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାର ଟାଇଲ ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୧୯-୨୦୦ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫.୬୫ ଲକ୍ଷ ଘର ନିର୍ମାଣ ଲକ୍ଷ୍ୟ ଥିଲା । ତେବେ ମାତ୍ର ୭୯,୮୨୯ଟି ଘର ହୋଇଛି । ଏଥିପାଇଁ ୫.୦୨୮ କୋଟି ଅନୁମୋଦନ ହୋଇଥିଲା ।

ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ଘରେ ବିଜୁ ପକ୍କା ଘର ଲୋଗୋ ଟାଇଲ ଲଗାଇବା ଉଦ୍ୟମ ଆରମ୍ଭ ହୋଇଛି। ଯାଜପୁର ପିଡିଡିଆଡିଏ କଣ୍ଟ୍ରାରଙ୍କୁ ଏନେଇ ଚିଠି କରିଛନ୍ତି । ଯାହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି। ଏଥିସହ ରାଜ୍ୟ ସରକାର ଟାଇଲ ଲଗାଇ ଯୋଜନା ପରିବର୍ତ୍ତନ କରି ନାଁ ନେବାକୁ ଚାହୁଁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

Comments are closed.