ସିଏବି: ସିଏବିକୁ ନେଇ ଜେଡିୟୁରେ ଫାଟ!, ପ୍ରଶାନ୍ତ କିଶୋର କହିଲେ…
ପାଟନା: ନାଗରିକ ସଂଶୋଧନ ବିଲ(ସିଏବି)କୁ ନେଇ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଲାଗି ରହିଛି ହିଂସା। ଅନ୍ୟପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଛି ସିଏବି। ସିଏବିକୁ ସଂସଦର ଉଭୟ ଗୃହରେ ସମର୍ଥନ କରିଛି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧେୟକକୁ ସମର୍ଥନ କରିବା ନେଇ ଦଳର ଉପସଭାପତି ତଥା ପୋଲ୍ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଅସନ୍ତୋଷ ପ୍ରକାଶ କରିଛନ୍ତି।
The majority prevailed in Parliament. Now beyond judiciary, the task of saving the soul of India is on 16 Non-BJP CMs as it is the states who have to operationalise these acts.
3 CMs (Punjab/Kerala/WB) have said NO to #CAB and #NRC. Time for others to make their stand clear.
— Prashant Kishor (@PrashantKishor) December 13, 2019
ଟୁଇଟ୍ କରି ପ୍ରଶାନ୍ତ କିଶୋର କହିଛନ୍ତି, ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର। ସଂସଦରେ ଏହି ବିଧେୟକ ପାରିତ ହୋଇଯାଇଛି। ଏବେ ଏହି ଆଇନକୁ ନ୍ୟାୟପାଳିକା ସହିତ ୧୬ ଅଣ ବିଜେପି ମୁଖ୍ୟମନ୍ତ୍ରୀ ବଞ୍ଚାଇ ପାରିବେ କହି ନୀତୀଶଙ୍କୁ ଟାର୍ଗେଟ କରିଛନ୍ତି ପ୍ରଶାନ୍ତ।
ଏବେ ତିନି ମୁଖ୍ୟମନ୍ତ୍ରୀ ପଞ୍ଜାବ, କେରଳ ଏବଂ ପଶ୍ଚିମବଙ୍ଗ ଏହି ଆଇନକୁ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି କହିସାରିଛନ୍ତି। ତେଣୁ ଅନ୍ୟ ଅଣ ବିଜେପି ମୁଖ୍ୟମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ ରଖିବା ଦରକାର ବୋଲି ସେ କହିଛନ୍ତି।
Comments are closed.