Odisha Link
Bridging the Missing Links in Odisha

ଫେବୃଆରୀ ୧ କୁ ଘୁଞ୍ଚିଲା ମହାନଦୀ ଶୁଣାଣି

ଭୁବନେଶ୍ୱର: ଓଡ଼ିଶା ଓ ଛିତଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୧କୁ ଘୁଞ୍ଚାଯାଇଛି । ଏହି ମାମଲାର ଶୁଣାଣି କରୁଥିବା ଟ୍ରିବୁ୍ୟନାଲ ଏହି ଦିନ ଧାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ ପ୍ରକଳ୍ପ ଅଞ୍ଚଳର ଅନୁଧ୍ୟାନ କରି ଉଭୟ ଛତିଶଗଡ଼ ଓ ଓଡ଼ିଶା ଆଜି ଟ୍ରିବୁ୍ୟନାଲଙ୍କୁ ଅବଗତ କରାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଜାନୁଆରୀ ମାସରେ କରାଯିବ। ଜାନୁଆରୀ ୪ରେ ଛତିଶଗଡ଼ ଓ ୧୬ରେ ଓଡ଼ିଶା କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ଟ୍ରିବୁ୍ୟନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଇତିମଧ୍ୟରେ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ପ୍ରକଳ୍ପ ଅଞ୍ଚଳଗୁଡ଼ିକୁ ଗସ୍ତ କରି ଅନୁଧ୍ୟାନ କରିସାରିଛନ୍ତି। ପ୍ରଥମେ ଅକ୍ଟୋବର ୨୯ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଓଡ଼ିଶା ଛତିଶଗଡ଼ରେ ଥିବା ମହାନଦୀ ସମ୍ପର୍କିତ ପ୍ରକଳ୍ପ ଗୁଡ଼ିକୁ ଅନୁଧ୍ୟାନ କରି ଫେରିଆସିବା ପରେ ଛତିଶଗଡ଼ ଦ୍ୱାରା ନଭେମ୍ବର ଦ୍ୱିତୀୟ ସସ୍ତାହ ୧୧ ଜଣିଆ ପ୍ରତିନିଧିମଣ୍ଡଳୀ ଓଡ଼ିଶାର ମହାନଦୀ ଅଞ୍ଚଳର ପ୍ରକଳ୍ପଗୁଡ଼ିକ ଅନୁଧ୍ୟାନ କରିଥିଲେ ତଥା ମହାନଦୀ ଜଳ ବ୍ୟବହାର ବ୍ୟବସ୍ଥା ମଧ୍ୟ ଦେଖିଥିଲେ।

Comments are closed.