ଗଣଦୁଷ୍କର୍ମ ପରେ ମାରିଦେଲେ!
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଏକ ବିଲ ମଝିରୁ ଜଣେ ୧୬ ବର୍ଷୀୟ ଝିଅର ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ଗତକାଲି ରାତିରେ ପରିସ୍ରା କରିବାକୁ ଯାଇ ନିଖୋଜ ଥିଲେ। ତେବେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ ୨ ଯୁବକଙ୍କ ପ୍ୟାଣ୍ଟ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed.